Wednesday , May 31 2023
Breaking News
Home / ବିଶେଷ / ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୂଜ୍ୟ ଗୁରୁଦେବଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୂଜ୍ୟ ଗୁରୁଦେବଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କଟକ,୧୪/୦୯/୨୦୨୨(ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକ ସଂଗଠନ  ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ  ବୟାଳିଶ ମୌଜା ସ୍ଥିତ ବେଣ୍ଟକାର ଗ୍ରାମର ସେବା ନିବୃତ ବରିଷ୍ଠ ଶିକ୍ଷକ ତଥା ଆଧ୍ୟାତ୍ମିକ ପ୍ରେମୀ ଶ୍ରୀଯୁକ୍ତ ବିକ୍ରମ କିଶୋର ମହାନ୍ତି (୭୮) ଙ୍କୁ ପ୍ରତିଷ୍ଠାନର ସଭାପତି ଇ°. ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସସମ୍ମାନେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଉପଦେଷ୍ଟା ସରୋଜ ନଳିନୀ ପରିଜା, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ବରିଷ୍ଠ ସଭ୍ୟ ଉପେନ୍ଦ୍ର ବାରିକ, ଭାସ୍କର ଦାସ, ବାଦଲ ମହାନ୍ତି, କ୍ଷେତ୍ରମୋହନ ବ୍ରହ୍ମା, ଓ ବେଣ୍ଟକାର ପଞ୍ଚାୟତ ସମିତି ସଭ୍ୟ ବିନୋଦ ବିହାରି ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୁତ୍ର ଜଜ୍ କିଶୋର ମହାନ୍ତି, ବ୍ରଜ କିଶୋର ମହାନ୍ତି, ରାୟ କିଶୋର ମହାନ୍ତି, ନୟନ କିଶୋର ମହାନ୍ତି, ପୁତ୍ରବଧୂ ନୀୟତି ଅଧିକାରୀ, ଲୋନାଲି ମହାନ୍ତି, ସସ୍ମିତା ପାତ୍ର ଓ ମାନଦା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published.