ନିରାକାରପୁର, ୧୪/୦୯/୨୦୨୨(ଓଡ଼ିଶା ସମାଚାର)- ଜଂକିଆ ଥାନା ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି।ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣା ୱାରେଣ୍ଟି ମାନଙ୍କୁ ଧରିବା ପାଇଁ ଅଭିଯାନ ଜୋରଦାର ହୋଇଛି। ଜଂକିଆ ଥାନା ପୋଲିସ ଆଜି ୩ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସରପାରୀ ଗ୍ରାମର ରୁଷିଆ ବେହେରା, ଛଣଗିରି ଗ୍ରାମର ବିଜୁ ସାମନ୍ତରାୟ ଓ ଧନେଶ୍ୱର ନାୟକ।ପୁରୁଣା କେସରେ ଜଡ଼ିତ ଥିବା ଜାମିନ ବିହୀନ ୱ।ରେଣ୍ଟି ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଗକୁ ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଖୁବ ଶିଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ଜଂକିଆ ଥାନା ଅଧିକାରିଣୀ ଅନୀତା ସାହୁ।