Thursday , September 29 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ଗୋରଖନାଥ ପିଠ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ

ଗୋରଖନାଥ ପିଠ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ

ଜଗତସିଂହପୁର,୧୪/୦୯/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲାପାଳ ପାରୁଲ ପଟୁଆରୀଙ୍କ ଦ୍ୱାରା ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପିଠ ପୁନରୁଦ୍ଧାର କାର୍ଯ୍ୟ ପ୍ରିକୟା ଆରମ୍ଭ କରାଯାଇଛି । ଏହି କ୍ରମରେ ଆଜି ଜିଲାପାଳ ଙ୍କ ସହିତ ଆରକିଟେକଚର ବଙ୍କିମ ଚାଟାର୍ଜି, ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ , ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟ ନାରାୟଣ ପରିଜା, ଜଇପୁର ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ବିନୟ କୁମାର ସାହୁ , ପୂର୍ତ ବିଭାଗର ଜିଇଡ଼ି ହିତାଂଶୁ ସତପଥି ପ୍ରମୁଖ ମନ୍ଦିର ଚତୁପାଶ୍ୱର୍ ବୁଲି ଦେଖିଥିଲେ । ଆସନ୍ତା ୧୫ ଦିନ ଭିତରେ ଏରଆ ସର୍ଭେ ହେବା ସହିତ ଜିପିଆରଏସ ସର୍ଭେ କରାଯାଇ ମାଟିର ଅବସ୍ଥିତି ସହିତ ଏହା ତଳେ କୌଣସି କଠିନ ବସ୍ତୁ ଅଛିକି ନାହିଁ ଦେଖାଯିବ । ମନ୍ଦିର ଭିତରେ ଥିବା ବିଭିନ୍ନ ଗଛ ର ଚେର କେତେ ଗଭୀର ଓ କେଉଁ ଦିଗକୁ ଲମ୍ବିଛି ଦେଖାଯିବ । ଏହା ସହିତ ଗ୍ରାଉଣ୍ଡ ୱାଟର ଲେବୁଲ ଚିହ୍ନଟ ହେବ । ଡ଼୍ରୋନ୍ ମାଧ୍ୟମରେ ମନ୍ଦିର ସମେତ ସରକାରୀ ଜାଗା ଚିହ୍ନଟ କରାଯିବ । ମନ୍ଦିର ପୁନରୁଦ୍ଧାର ମଧ୍ୟରେ ପାର୍କିଂ, ଯାତ୍ରୀ ମାନଙ୍କ ଧାଡ଼ି ଦର୍ଶନ , ୫ ଗୋଟି ବିବାହ ବେଦୀ, ଭୋଗ ଦୀପ ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର, ଗାର୍ଡ଼ ରୁମ, ଅଫିସ ରୁମ , ପୁଷ୍କରିଣି ପୁନରୁଦ୍ଧାର, ଫ୍ଲୋରିଂ, ମନ୍ଦିର ପରିସରରୁ ଜଳ ନିସ୍କାସନ ବ୍ୟବସ୍ଥା, ଠାକୁରଙ୍କ ନୀତି ରୋଷଘର , ଷ୍ଟୋର ରୁମ ସହିତ ଭକ୍ତ , ଶ୍ରଦ୍ଧାଳୁ ଓ ପର୍ଯ୍ୟଯକଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିରର ସମସ୍ତ ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କର୍ମଚାରୀ ସରୋଜ କୁମାର ସାହାଣୀ, ପୂର୍ତ ବିଭାଗ କର୍ମଚାରୀ ବିଶ୍ୱନାଥ ମହାନ୍ତି, ମନ୍ଦିର ଉପଦେଷ୍ଟା ସୁଶାନ୍ତ କୁମାର ଦାଶ, ଜୀବନ ବଲଭ ମହାନ୍ତି ଓ ଦୋକାନ ନିଲାମଧାରୀ ଗୋଲଖ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.