ଭୁବନେଶ୍ୱର,୧୪/୦୯/୨୦୨୨(ଓଡ଼ିଶା ସମାଚାର)-ସ୍ଥାନୀୟ ସ୍ୱସ୍ତି ପି୍ରମିଅମ୍ ଠାରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳିର ପନ୍ଦରତମ ସ୍ୱନକ୍ଷତ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ମୁଖ୍ୟ ଅତିଥି, ସଭାପତି ସୁଭାଷ ଚନ୍ଦ୍ର ମୁଖାର୍ଜୀ, ଉପଦେଷ୍ଟା ଡ. ସଜାଲେନ୍ଦୁ ମାଲକାର, ଉପସଭାପତି ହର୍ଷବର୍ଦ୍ଧନ ଭରଦ୍ୱାଜ ଯୋଗଦେଇ ରବୀନ୍ଦ୍ର ନାଥ ଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ସୁଜାତା ରାହାଙ୍କ ଆବାହକତ୍ୱରେ ସଂଗୀତ କାର୍ଯ୍ୟକ୍ରମ ହେବା ସହିତ ମାତୃଭାଷାର ବିକାଶ, ସାମାଜିକ କାର୍ଯ୍ୟକ୍ରମ ପ୍ରମୁଖ ଆଗେଇ ନେବାକୁ କହିଥିଲେ । ସାଧାରଣ ସମ୍ପାଦକ ତପନ କୁମାର ରାହା ବିବରଣୀ ରଖିବା ସହ ସମସ୍ତେ ରାଷ୍ଟ୍ର ପାଇଁ ନିଷ୍ଠା, ସମର୍ପଣ ଭାବ ରଖନ୍ତୁ ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କଳାକାରମାନଙ୍କ ଦ୍ୱାରା କରାଯାଇଥିଲା । ଓଡ଼ିଶା ସମାଚାର