Wednesday , May 31 2023
Home / ବିଶେଷ / କେନ୍ଦ୍ରାପଡାରେ ନୂତନ ଜିଲ୍ଲାଦୌରାଜଜଙ୍କ ଯୋଗଦାନ

କେନ୍ଦ୍ରାପଡାରେ ନୂତନ ଜିଲ୍ଲାଦୌରାଜଜଙ୍କ ଯୋଗଦାନ

କେନ୍ଦ୍ରାପଡା, ୧୪/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ନୂତନ ଜିଲ୍ଲାଦୌରାଜଜ ଭାବେ ବିଶ୍ୱଜିତ ମହାନ୍ତି ଯୋଗଦେଇଛନ୍ତି । ଶ୍ରୀ ମହାନ୍ତି କଟକସ୍ଥିତ ରାଜ୍ୟ ଆଇନସେବା ପ୍ରାଧିକରଣରେ ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ଥିଲେ । ନୂତନ ଜିଲ୍ଲା ଦୌରାଜଜ ଶ୍ରୀ ମହାନ୍ତିଙ୍କୁ କୋର୍ଟ ପରିସରରେ ଆଇନଜୀବୀମାନେ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ନିହାର ମହାପାତ୍ର, ରମାକାନ୍ତ ସ୍ୱାଇଁ, ରମଣୀରଞ୍ଜନ ରାଉତରାୟ, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଗଗନ ଖଟୁଆ, ପ୍ରମୋଦ ନାୟକ, ରଞ୍ଜନ ପଣ୍ଡା, ରମାକାନ୍ତ କାନୁନଗୋ, ସୁବାଷ ଚନ୍ଦ୍ର ମିଶ୍ର, ଚୈତନ୍ୟ ମଲ୍ଲିକ, ଉମାକାନ୍ତ ଲେଙ୍କା ଓ ମାନସରଞ୍ଜନ ଧଳ ପ୍ରମୁଖ ବହୁ ଆଇନଜୀବୀମାନେ ଉପସ୍ଥିତ ରହି ଜିଲ୍ଲାଜଜ ଶ୍ରୀ ମହାନ୍ତିଙ୍କୁ ସ୍ୱାଗତ କରିଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.