Thursday , June 1 2023
Breaking News
Home / ବିଶେଷ / କିଡନୀ ରୋଗୀକୁ ସହାୟତା ର ହାତ ବଢ଼ାଇଲା ଜୁନାଗଡ଼ ଡ୍ରାଇଭର ମହାସଂଘ

କିଡନୀ ରୋଗୀକୁ ସହାୟତା ର ହାତ ବଢ଼ାଇଲା ଜୁନାଗଡ଼ ଡ୍ରାଇଭର ମହାସଂଘ

ଜୁନାଗଡ଼, ୧୪/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମ ର ତପନ ଶବର କିଛି ଦିନ ତଳେ କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇଥିଲେ । ସେ ଜୁନାଗଡ ଡ୍ରାଇଭର୍ ମହାସଂଘ ର ସଦସ୍ୟ ଅଟନ୍ତି । ଏହି ଦୁଃଖଦ ଖବର ଜୁନାଗଡ ଡ୍ରାଇଭର୍ ମହାସଂଘ ଜାଣିବା ପରେ ସଂଘ ର ସଦସ୍ୟ ମାନେ ତାଙ୍କ ଘର କୁ ଯାଇ ତାଙ୍କୁ ଭେଟିବା ସହ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଇଥିଲେ । ଏବ୍ଂ ସହାୟତା ର ହାତ ବଢେଇ ତାଙ୍କ ପରିବାର ବର୍ଗ ଙ୍କୁ ୧୫୦୦୦ ଟଙ୍କା ଆର୍ଥିକ ସହଯୋଗ କରିଥିଲେ । ଏହି ଅର୍ଥ ପାଇବା ପରେ ତପନ ଶବର ଏବ୍ଂ ପରିବାର ଲୋକେ ଜୁନାଗଡ ଡ୍ରାଇଭର୍ ମହାସଂଘ ଙ୍କୁ କୃତଜ୍ଞତା ଜଣାଇଥିଲେ । ଓଡିଶା ଡ୍ରାଇଭର୍ ମହାସଂଘ ଜୁନାଗଡ ଶାଖା ର ସଭାପତି ଟଙ୍କ ଧର ଭାଟି, ଉପ ସଭାପତି ଅଜିତ ନାଗ,ସମ୍ପାଦକ ଲକ୍ଷ୍ମମନ୍ ଚଲାଣ, କୋଷାଧ୍ୟକ୍ଷ ଗଣେଶ ପୁଝାରୀ, ସହ ସମ୍ପାଦକ ଘନଶ୍ୟାମ ପୁଝାରୀ, ଚନ୍ଦ୍ର ଭଣ୍ଡାର ଘରିଆ, ନୀଳମ ଲହଜଲ, ରାଜୀବ ବେହେରୁକ, ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇ ତପନ ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave a Reply

Your email address will not be published.