ଭୁବନେଶ୍ୱର, ୧୪ /୦୯/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍ ) ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍ ) ଅଧିକାରୀ ସ୍ତରରେ ରାଜ୍ୟ ସରକାର ଏକ ଅଦଳ ବଦଳ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପୁରୀ ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପୁରୀ ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପୁରୀ ଅତିରିକ୍ତ ଉପ ଜିଲ୍ଲାପାଳ ନିହାରିକା ନାୟକ ମୋ ସ୍କୁଲର ଓଏସ୍ ଡି ଭାବେ ନିଯୁକ୍ତିକ୍ତି ପାଇଥିବା ବେଳେ ବାରଙ୍ଗ ତହସିଲଦାର ସଂକଳ୍ପ ସ୍ୱସ୍ତିକ ସାହୁଙ୍କୁ ସେହି ପଦବୀରେ କାର୍ଯ୍ୟ କରିବା ପାଇଁ ଅନୁମତି ମିଳିଛି। ବରୀର ପୂର୍ବତନ ତହସିଲଦାର ମାନସ ରଞ୍ଜନ ଭୋଇଙ୍କୁ କଟକ ତହସିଲଦାର ଏବଂ ଭାପୁର ବିଡିଓ ଜନ୍ମେଜୟ ସାହୁଙ୍କୁ ଟାଙ୍ଗି ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି। ଅପରପକ୍ଷେ ଓଆରଏସ୍ ଅଧିକାରୀ ତଥା ପୁରୀ ଜୋନ୍ ଅଫିସର ଆଶୁତୋଷ ଦେ’ଙ୍କୁ ପୁରୀ ସହକାରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇ ଥିବା ବେଳେ ପୁରୀ ଜୋନ୍ ଅଫିସର ପ୍ରତୀକ ପଟ୍ଟନାୟକଙ୍କୁ ପୁରୀ ସହକାରୀ ଜିଲ୍ଲାପାଳ, ଜୋନ୍ ଅଫିସର ରଞ୍ଜନ ବେହେରାଙ୍କୁ ମଧ୍ୟ ପୁରୀ ସହକାରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏଥିସହ ଓଆରଏସ୍ ଅଧିକାରୀ ତଥା ଜଳେଶ୍ୱରପୁର ସବ୍ ରେଜିଷ୍ଟ୍ରାର ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ପୁରୀର ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ମିଳିଛି। ପୁରୀରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ନିଶା ଗୋଏଙ୍କା ପିପିଲିର ଅତିରିକ୍ତ ତହସିଲଦାର ଏବଂ ବାଲେଶ୍ୱର ଜିଲ୍ଲା ସୋର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ଡାଙ୍କୁ ପୁରୀ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।