Wednesday , May 31 2023
Home / ବିଶେଷ / ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ର ସ୍ଥାୟୀ ସମାଧାନ ହେଲା

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ର ସ୍ଥାୟୀ ସମାଧାନ ହେଲା

ଉପଜିଲ୍ଲାପାଳ, ଏସଡିପିଓ , ଆଇ ଆଇ ସି ଙ୍କ ଉପସ୍ଥିତିରେ ରେ ହେଲା ସମାଧାନ

ଭୁବନ,୧୩/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମରେ ଗଣେଶ ପୂଜା ଭସାଣିରେ ସବର୍ଣ୍ଣ-ଅସବର୍ଣ୍ଣ ଙ୍କ ମଧ୍ୟରେ ଉପୁଜିଥିବା ଗୋଷ୍ଠୀ ବିବାଦ ଆଜି ସମାଧାନ ହୋଇଛି । ଓଡିଶ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ଏସଡିପିଓ ରଂଜନ କୁମାର ଦେ , ଭୁବନ ଥାନା ଆଇ ଆଇ ସି ସୌଭଗ୍ୟ କୁମାର ସ୍ୱାଇଁ , ଓଡିଶ ସରପଂଚ ମନୋରଂଜନ ମହାନ୍ତ ଉଭୟ ଗୋଷ୍ଠୀର ଭଦ୍ରବ୍ୟକ୍ତି ମାନଙ୍କୁ ଏକତ୍ରିତ କରାଇ ସେମାନଙ୍କ ସହ ଆଲୋଚନା କରି ଶାନ୍ତି କମିଟି ଗଠନ କରି ଘଟଣାର ସ୍ଥାୟୀ ସମାଧାନ କରିଥିଲେ । ଅସବର୍ଣ୍ଣ ବ୍ୟକ୍ତି ମାନେ ସର୍ବସାଧାରଣ ରାସ୍ତାକୁ ତାଡି ଦେବା ଫଳରେ ଯାତାୟତରେ ଘୋର ଅସୁବିଧା ଦେଖାଦେଇଥିଲା । ଏଥିପାଇଁ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଥିବା ବେଳେ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଗତ ୯ ତାରିଖ ଦିିନ ଗ୍ରାମ କୋଠଘରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ସଭା କରି ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ବିବାଦର ଆପୋଷ ସମାଧାନ କରିଥିଲେ । ପରେ ଗ୍ରାମବାସୀ ଙ୍କ ସହ ନିଜେ ଆଇ ଆଇ ସି ଶ୍ରୀଯୁକ୍ତ ସ୍ୱାଇଁ କୋଦାଳ ,ଫାଉଡା ଧରି ରାସ୍ତାରେ ମାଟି ପକାଇଥିଲେ । ଆଜି ଏହାର ସ୍ଥାୟୀ ସମାଧାନ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.