Thursday , June 8 2023
Breaking News
Home / ବିଶେଷ / ଶତାୟୁ ଶିଳ୍ପୀଙ୍କ ବିୟୋଗ : ଶୋକ ପ୍ରକାଶ କଲେ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି

ଶତାୟୁ ଶିଳ୍ପୀଙ୍କ ବିୟୋଗ : ଶୋକ ପ୍ରକାଶ କଲେ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି

ମାହାଙ୍ଗା, ୧୩/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ କୁହୁଣ୍ଡା ପଞ୍ଚାୟତର ଶତାୟୁ ମୂର୍ତ୍ତି କାରିଗର ଗନ୍ଧର୍ବ ବେହେରାଙ୍କ ସୋମବାର ଦେହାନ୍ତ ଘଟିଛି । ବନଗୁରିଆ ଗାଁ’ର ଏହି ମୂର୍ତ୍ତି କାରିଗର ମାଟିରେ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଗାଁ’ର ସଂକୀର୍ତ୍ତନ ଦଳରେ ସାମିଲହୋଇ ସ୍ଥାନୀୟ ଅଂଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଥିଲେ । ଜଣେ ମେଳାପୀ, ପରୋପକାରୀ ତଥା ଧର୍ମପ୍ରାଣ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତ ଗନ୍ଧର୍ବ ବେହେରା ସ୍ଥାନୀୟ ଅଂଚଳରେ ଭାଇଚାରା ଓ ସଦ୍ଭାବନା ସୃଷ୍ଟି କରୁଥିଲେ । ତାଙ୍କ ପରଲୋକ ଖବର ପାଇବା ପରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକବ୍ୟକ୍ତ କରିବା ସହ କୁହୁଣ୍ଡା ପଞ୍ଚାୟତ ଜଣେ ସରଳ ମଣିଷକୁ ହରାଇଲା ବୋଲି କହିଛନ୍ତି । ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ସାମ୍ବାଦିକ ଅଖିଳେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ, ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା, ପୂର୍ବତନ ସରପଞ୍ଚ ସୁବାଷ ବେହେରା, ଜଗନ୍ନାଥ ନାୟକ, ରବୀନ୍ଦ୍ର ପୃଷ୍ଟି, ଅଭିମନ୍ୟୁ ସାମଲ, ଗଣେଶ ବେହାରୀ, ହରିହର ପଣ୍ଡା, ସୁଶାନ୍ତ ଦାସ, ହେମନ୍ତ ମହାନ୍ତି, ରମାକାନ୍ତ ପଣ୍ଡା, ରାମଚନ୍ଦ୍ର ମହାପାତ୍ର, ଅଚ୍ୟୁତାନନ୍ଦ ସ୍ୱାଇଁ, ପ୍ରମୁଖ ଦିବଂଗତ ଗନ୍ଧର୍ବ ବେହେରାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ବିରୂପା ନଦୀର ଛନ୍ଦା ଘାଟ ନିକଟରେ ଗନ୍ଧର୍ବଙ୍କ ପାର୍ଥିବ ଶରୀରକୁ ସମାଧି ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.