Wednesday , May 31 2023
Breaking News
Home / ବିଶେଷ / ଯଶପଡା ସରପଞ୍ଚଙ୍କ ନେତୃତ୍ୱରେ ସଫା ହେଲା ମେଲଣ ଓ ହାଟ ପଡ଼ିଆ

ଯଶପଡା ସରପଞ୍ଚଙ୍କ ନେତୃତ୍ୱରେ ସଫା ହେଲା ମେଲଣ ଓ ହାଟ ପଡ଼ିଆ

କଟକ ସଦର, ୧୩/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଗତ ୧୧ ତାରିଖ ଦିନ ଅନୁଷ୍ଠିତ ଯଶପଡା ଗଣେଶ ଭସାଣି ଉତ୍ସଵରେ ପଡି ରହିଥିବା କୁଢ କୁଢ ଅଳିଆକୁ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ପରାମର୍ଶ କ୍ରମେ ଆଜି (ମଙ୍ଗଳବାର) ସରପଞ୍ଚ ମିନତି ସେଠୀଙ୍କ ନେତୃତ୍ୱରେ ବର୍ଷାରେ ଭିଜି ଭିଜି ଉତ୍ସାହି ଯୁବକମାନେ ସଫା କରି ସ୍ୱଚ୍ଛ ଭାରତର ଉଦାହରଣ ସୃଷ୍ଟି କରିଛନ୍ତି।ଏହି ଅଵସରରେ ଜନୈକା ଭିନ୍ନକ୍ଷମ ସୁଚିସ୍ମିତା ଦାଶଙ୍କୁ ସରପଞ୍ଚ ତିନି ଚକିଆ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି।ଏହି ସଫେଇ କାର୍ଯ୍ୟକ୍ରମରେ ଵିଭୁଦତ୍ତ ରାଉତରାୟ (ଟିକିନା), ସୁଶାନ୍ତ ସାହୁ(ଟିଟି) ଙ୍କ ସମେତ ଅନେକ ଯୁଵ ବିଜେଡି କର୍ମୀ ସହାୟତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.