ଭୁବନେଶ୍ୱର, ୧୩ /୦୯/୨୦୨୨(ଓଡ଼ିଶା ସମାଚାର)- ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମା’ମାନେ ଜାତୀୟ ପତାକା ତିଆରି ଦାୟିତ୍ୱ ପରି ଗୁରୁ ଦାୟିତ୍ୱକୁ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହ ଭଲକାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଆସ୍ଥା ରଖି ଜାତୀୟ ପତାକା ପ୍ରସ୍ତୁତ ପରି ଏକ ଗୁରୁଦାୟିତ୍ୱ ଅର୍ପଣ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।
ସେମାନଙ୍କ ଜୀବନରେ ବହୁ ବଡ଼ ପରିବର୍ତ୍ତନ ଆଣିଛି ବୋଲି କହିଥିଲେ। ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ସେମାନେ କିପରି ସଫଳ ହୋଇପାରିଛନ୍ତି ତାହା ବର୍ଣ୍ଣନା କରିଥିଲେ। ଚଳିତ ବର୍ଷ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା’ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ଦେଇଥିଲେ।