Thursday , June 8 2023
Breaking News
Home / ବିଶେଷ / ନବବଧୂର ଝୁଲନ୍ତା ଶବ ଜବତ:ହତ୍ୟା  ଅଭିଯୋଗ

ନବବଧୂର ଝୁଲନ୍ତା ଶବ ଜବତ:ହତ୍ୟା  ଅଭିଯୋଗ

 ନିରାକାରପୁର,୧୩/୦୯/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧାଜିଲା ବେଗୁନିଆଥାନା ଅନ୍ତର୍ଗତ ବାଦବାରବାଟୀ ଗ୍ରାମର ଏକ ନବବଧୁର ଝୁଲନ୍ତାଶବ ପୋଲିସ ଜବତକରି ବ୍ୟବଛେଦ ନିମନ୍ତେ ଖୋର୍ଦ୍ଧା ଜିଲା ମୂଖ୍ୟ ଚିକିସାଳୟକୁ ପଠାଇଛି।ପ୍ରାପ୍ତ ସୂଚନାରୁ ପ୍ରକାଶଯେ ବାଦବାରବାଟୀ ଗ୍ରାମର ଉପେଂଦ୍ର ଛୁଆଳସିଂହ କଂ ଏକମାତ୍ର ପୁତ୍ର ସନ୍ତୋଷ କୁମାର ଛୁଆଳସିଂହ ପୁରୀଜିଲା ଗଡିଶାଗଦା ଥାନା ଅନ୍ତର୍ଗତ ଶିରିଆପଡା ଗ୍ରାମର ପୂର୍ଣ୍ଣଚଂଦ୍ର ପାଟଶାଣୀକଂ କନ୍ୟା ଶୁଭଲକ୍ଷ୍ମୀ ଓରଫ ଲିପି ପାଟଶାଣୀ(୨୬) କୁଂ ଗତବର୍ଷ ଜୁଲାଇ ମାସ ୭ତାରିଖ ଦିନ ବୈଦିକରୀତିରେ ବିବାହ କରିଥିଲେ। ସନ୍ତୋଷକଂ ବାଡିପଟେ ଏକ ତେଜରାତି ଦୋକାନ ରହିଛି।ସନ୍ତୋଷ ଜଣେ ମଦ୍ୟପ ହୋଇଥିବାରୁ ସଦାବେଳେ ମଦପିଇ ନିଜର ସ୍ତ୍ରୀ ଲିପିକୁ ମାଡପିଟି କରେ।ମଦ୍ୟପାନ କରିବାକୁ ନିଜସ୍ତ୍ରୀ,ବାପା ଓ ବୋଉ ବାରଣ କରିଆସୁଥିଲେ।ଏହା ନମାନିବାରୁ ବାପା ଓ ବୋଉ ପୁଅ ଓ ବୋହୁକଂ ଠାରୁ ଘରେ ଅଲଗା ରହୁଥିବାବେଳେ ସନ୍ତୋଷ ତା ସ୍ତ୍ରୀ ଦୋକାନ ଘରେ ରହୁଥିଲେ।ଗତ ୧୨ ତାରିଖ ବିଳମ୍ବିତ ରାତିରେ ସନ୍ତୋଷ ମଦ୍ୟପାନକରି ଘରକୁ ଫେରିବାପରେ ଉଭୟ ସ୍ବାମୀ ଓ ସ୍ତ୍ରୀ କଂ ମଧ୍ୟରେ ଝଗଡା ହୋଇଥିଲା।ଶେଷରେ ଶୁଭଲକ୍ଷ୍ମୀ ଓରଫ ଲିପି ସେହି ଦୋକାନଘରେ ଥିବା ଓରାରେ  ବେକରେ ଗାମୁଛା ବାଂଧି ଆତ୍ମହତ୍ୟା କରିଥିଲେ। ଅପରପକ୍ଷେ ଲିପିକଂ ବାପା ପୂର୍ଣଚଂଦ୍ର ପାଟଶାଣୀ ଅଧିକଯୌତୁକ ଦାବିକରି ତାକଂ ଝିଅକୁ ଶାରିରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇ ତାକୁ ତାର ସ୍ବାମୀ,ଶାଶୁ ଓ ଶଶୁର ମିଶି ହତ୍ୟାକରି ତା ବେକରେ ଗାମୁଛା ବାଂଧି ଓରାରେ ଝୁଲାଇ ଆତ୍ମହତ୍ୟା ରୂପ ଦେଇଥିବା ଥାନାରେ ଏତଲା ଦେବାପରେ ବେଗୁନିଆ ଥାନା ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ, ଖୋର୍ଦ୍ଧା ଏସ.ଡି.ପି.ଓ. ଦିଲିପ କୁମାର ଦାସ, ସାଇଣ୍ଟେଫିକ ଟିମ ଓ ମାଜିଷ୍ଟ୍ରେଟକଂ ସହାୟତାରେ ଘଟଣାସ୍ଥଳରେ ପହଂଚି ଶାବଳ ମାଧ୍ୟମରେ ବାହାରପଟୁ ଘର ଖୋଲି ଶବ ଜବତକରି ପଂଚନାମା କରିବା ସହ ଏ ସଂପର୍କରେ ବେଗୁନିଆ ଥାନାରେ ୨୨୦/୦୨୨ନମ୍ବରରେ ଭାରତୀୟ ଦଣ୍ଡବିଧି ଆଇନର ଦଫା୪୯୮(କ),୩୦୨,୩୦୪(ଖ),୩୪ ଆଇପିସି ଓଯୌତୁକ ନିରୋଧ ଧାରା ୪ଡିପି ଆକ୍ଟରେ ସଂପୃକ୍ତ ସ୍ବାମୀ,ଶାଶୁଓଶଶୁରକଂ ନାଁରେ ଏକ ମାମଲା ରୁଜୁକରି ଶବ ବ୍ୟବଛେଦ ନିମନ୍ତେ ଖୋର୍ଦ୍ଧା ପଠାଇଥିବା ବେଳେ ସ୍ବାମୀ ସନ୍ତୋଷକୁ ଥାନାରେ ଅଟକରଖି ପଚରା ଉଚରା ଚଳାଇଛନ୍ତି।ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ଏହା ଆତ୍ମହତ୍ୟା ନା ହତ୍ୟା ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published.