Sunday , May 28 2023
Breaking News
Home / ବିଶେଷ / ଦୂର୍ଘଟଣାରୁ ବଂଚିବା ପାଇଁ ଆଉ ଏକ ଦୂର୍ଘଟଣାର ଶିକାର

ଦୂର୍ଘଟଣାରୁ ବଂଚିବା ପାଇଁ ଆଉ ଏକ ଦୂର୍ଘଟଣାର ଶିକାର

ବଲାଙ୍ଗୀର,୧୩/୦୯/୨୦୨୨(ଓଡ଼ିଶା ସମାଚାର)- ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ ପୋଖରୀରେ ପଶିଗଲା କାର୍। ଅଳ୍ପକେ ବର୍ତ୍ତିଲେ ସ୍ୱାମୀ , ଚାଲିଗଲା ସ୍ତ୍ରୀର ଜୀବନ।
ମିଳିଥିବା ସୂଚନା ଅନୁଯାୟୀ, ଜାମସର ଗାଁ ନିକଟରେ ଟ୍ରକକୁ ଓଭରଟେକ କରିବା ସମୟରେ ସାମ୍ନାଆଡୁ ମାଡିଆସିଲା ଆଉଏକ ଗାଡି । ଦୁର୍ଘଟଣାରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବା ବେଳେ ରାସ୍ତା କଡ଼ ପୋଖରୀ ଭିତରକୁ ପଶିଗଲା କାର୍ । କାର ଭିତରେ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ବସିଥିବା ବେଳେ ଜଣଙ୍କ ଜୀବନ ଚାଲି ଯାଇଛି । ଗୋଟିଏ ଦୁର୍ଘଟଣା ଏଡାଇବାକୁ ଯାଉଥିବା ବେଳେ ଘଟିଗଲା ଆଉ ଏକ ଦୁର୍ଘଟଣା । ଘୁଷୁରା ମୁଣ୍ଡାର ଚୈତନ୍ୟ ସାହୁ ତାଙ୍କ ଗର୍ଭବତୀ ପତ୍ନୀ ପିଙ୍କି ସାହୁଙ୍କୁ ଚେକ୍ ଅପ୍ ପାଇଁ ବଲାଙ୍ଗୀର ଆଣିଥିଲେ । ଡାକ୍ତରଙ୍କୁ ଦେଖାଇ ନିଜ ଗାଁକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସ୍ଵାମୀ ଚୈତନ୍ୟ ପହଁରା ଜାଣିଥିବାରୁ କୌଣସି ପ୍ରକାରେ ପାଣି ଭିତରୁ ବାହାରକୁ ଚାଲିଆସିଥିଲେ । ହେଲେ ଗାଡିଟି ପୁରା ବୁଡି ଯାଇଥିବାରୁ ସେ ପିଙ୍କିଙ୍କୁ ବାହାରକୁ ଆଣିପାରିନଥିଲେ । ପିଙ୍କି ଗାଡି ସହ ପାଣି ଭତରେ ଦୁଇ ଘଣ୍ଟାରୁ ଅଧିକ ସମୟ ରହି ଯାଇଥିଲେ । ତେବେ ପିଙ୍କି ଙ୍କୁ ଉଦ୍ଧାର କରାଯିବା ସମୟରେ ସେ ବଂଚିଥିଲେ । ପିଙ୍କିଙ୍କୁ ଅଗ୍ନିଶମ ବାହିନୀ ଗାଡ଼ିରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେବଳ ପିଙ୍କି ନୁହେଁ , ପିଙ୍କି ଙ୍କ ପେଟରେ ଥିବା ଶିଶୁ ର ମଧ୍ୟ ମୃତ୍ୟୁ ହୋଇଛି । ଏଭଳି ହୃଦୟ ବିଦାରକ ଘଟଣା ରେ ସବୁଆଡ଼େ ଶୋକର ବାତା ବରଣ ଦେଖାଦେଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.