ଗରଦପୁର, ୧୩/୦୯/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ଉପ ଡ଼ାକଘର ପଛ ପାଖରେ ଉଦବୃତ ବର୍ଷା ଜଳ ନିଷ୍କାସନରେ ଦୁଇ ବର୍ଷ ହେଲା ସମସ୍ୟା ଦେଖାଦେଇଥିଲା । ଉଦବୃତ ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଚାଷ ଜମି ରେ ଅଧିକ ପାଣି ଜମି ରହି ବିସ୍ତିର୍ଣ୍ଣ ଅଂଚଳରେ ଫସଲ ନଷ୍ଟ ହେଉଥିଲା । ଅନେକ ଲୋକଙ୍କ ଘରେ ପାଣି ପସିଯାଉଥିଲା । କେତେକ ରାସ୍ତା ମଧ୍ୟ ଜଳ ପ୍ଲାବିତ ହେଉଥିଲା । ଏ ସମ୍ପର୍କରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଓ ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ଜାଣିବା ପରେ ତେଣ୍ଡାକୁଡ଼ା ଉପ ଡ଼ାକଘର ପଛ ପାଖରେ ଜମା ହୋଇଥିବା ଉଦବୃତ ବର୍ଷା ଜଳ ର ତୁରନ୍ତ ନିଷ୍କାସନ ବ୍ୟବସ୍ଥା କରିବାକୁ ଡ଼୍ରେନେଜ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ । ଡ଼୍ରେନେଜ ବିଭାଗ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଜି ଏହି ବିସ୍ତିର୍ଣ୍ଣ ଅଂଚଳରେ ଜମା ହୋଇଥିବା ଉଦବୃତ ବର୍ଷା ଜଳର ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି । ସୟଦ ଜମିଲ ଅଖତର ଙ୍କ ସହଯୋଗରେ ଚେନ୍ ପୁଲି ପ୍ରୋକଲିନ୍ ମେସିନ୍ ନିୟୋଜିତ କରାଯାଇ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି । ତେଣ୍ଡାକୁଡ଼ା ସରପଂଚ ମାନସ କୁମାର ରାଉତ ନଡ଼ିଆ ବାଡ଼େଇ ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ଅଂଚଳର ପ୍ରତାପ ଦାଶ, ମିର ଅତିଉର ରହେମାନ୍,ସୁଶାନ୍ତ ମହାନ୍ତି, ୱାର୍ଡ଼ ସଭ୍ୟା ଅନୀ ମଳିକ, ବାଳକୃଷ୍ଣ କାହାଳୀ, ତନଓର ଇସଲାମ,ସରସରାଜ ମହାନ୍ତି,ମିହିର କୁମାର ମହାନ୍ତି, ଲିଙ୍ଗରାଜ ମହାନ୍ତି, ଦୀପ୍ତିରଂଜନ କାନୁନଗୋ,ପ୍ରଫୁଲ କୁମାର ମହାନ୍ତି, ସୟଦ ବିଲାଲ ଅଲୀ, ମିର ଫଜଲ ରବ୍ ପ୍ରମୁଖ ଙ୍କ ସମେତ ଶହ ଶହ ଲୋକ ଉପସ୍ଥିତ ରହି ବିଧାୟିକା ସାବିତ୍ରୀ ଅଗ୍ରୱାଲା, ବିଧାୟିକା ପ୍ରତିନିଧି ସଂଜୟ ଅଗ୍ରୱାଲା ଓ ଡ଼୍ରେନେଜ ବିଭାଗ ଅଧିକାରୀ ମାନଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ପ୍ରସଂଶା କରିବା ସହିତ କୃତଜ୍ଞତା ଜଣାଇଛନ୍ତି । ଉଲେଖନୀୟ ଏହିକି ତେଣ୍ଡାକୁଡ଼ା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଓ ପ୍ରଶୁ ଚିକିତ୍ସାଳୟ ନିକଟରେ ଉଦବୃତ ବର୍ଷାଜଳ ଜମି ରହୁଥିବାରୁ ଏହାର ନିଷ୍କାସନ ପାଇଁ ଗତ ଅଗଷ୍ଟ ୨୨ ତାରିଖରେ ଗରଦପୁର ଠାରେ ଅନୁଷ୍ଠିତ ଜନ ଶୁଣାଣିରେ ଜିଲାପାଳ ଅମ୍ରିତ ଋତୁରାଜ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଓଡ଼ିଶା ସମାଚାର