କଟକ ସଦର, ୧୩/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀର୍ଘ ଦିନର ଦାବି ଫଳରେ ଆବଶ୍ୟକତା ଦୃଷ୍ଟିରୁ ଦୁଇ ମାସ ହେଲା କନ୍ଦରପୁରକୁ କାର୍ଯ୍ୟକାରୀ ହୋଇଥିବା ‘ ମୋ ଵସ୍’ ସେଵା କେଵଳ ଧର୍ମକୁ ଆଖି ଠାର ସଦୃଶ ହୋଇଥିବା ପରିଲକ୍ଷିତ ହେଉଛି।ପ୍ରକାଶ ଯେ କନ୍ଦରପୁର କୁ ତିନୋଟି ‘ ମୋ ଵସ୍’ ଧବଳେଶ୍ୱରୁ ଵାହାରି ୪୨ ମୈ।ଜା ଦେଇ କନ୍ଦରପୁରରେ ପହଞ୍ଚୁଛି। ହେଲେ କାର୍ଯ୍ୟକାରୀ ହେଵା ଦିନ ଠାରୁ ବସ୍ ତିନୋଟି ଵିନା ଯାତ୍ରୀରେ ଯାଆସ କରୁଥିବା ଦେଖିବାକୁ ମିଳୁଛି। ଧବଳେଶ୍ଵରରୁ ସିଧାସଳଖ ଓମପି ଛକ ଦେଇ କନ୍ଦରପୁରକୁ ଵସ୍ ନଆସି ୪୨ ମୈ।ଜା ଦେଇ ଯିଵା ଆସିବା କରୁଥିବାରୁ ଯାତ୍ରୀମାନେ ଅଧିକ ଵାଟ, ଅଧିକ ସମୟ ଓ ଅଧିକ ଭଡା ଦେଇ ଯିବାକୁ ନାପସନ୍ଦ କରୁଥିବାରୁ ବସ୍ ଗୁଡ଼ିକ ଖାଲି ଯାତାୟତ କରୁଛି। ଯାହା ଫଳରେ କନ୍ଦରପୁର ଅଞ୍ଚଳର ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ‘ କଟକ ସଦର ବିଚାର ମଞ୍ଚ’ ପକ୍ଷରୁ ଦାବି କରାଯାଇଛି। ଓଡ଼ିଶା ସମାଚାର