Saturday , June 10 2023
Breaking News
Home / ବିଶେଷ / ସ୍ୱରାଜ ଅଭିଯାନ ପକ୍ଷରୁ ଲେମ୍ବୁ ଚାରା ବଂଟନ

ସ୍ୱରାଜ ଅଭିଯାନ ପକ୍ଷରୁ ଲେମ୍ବୁ ଚାରା ବଂଟନ

ଗରଦପୁର, ୧୨/୦୯/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଜିରାଳସ୍ଥିତ କାମେଶ୍ୱର ମହାଦେବ ପିଠ ପରିସରରେ ଓଡ଼ିଶା ସ୍ୱରାଜ୍ୟ ଅଭିଯାନ ପକ୍ଷରୁ ଲେମ୍ବୁ ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ଜନ ସଚେତନତା ସଭାରେ ଅଭିଯାନର ଜିଲା ସଭାପତି ପ୍ରକାଶ କୁମାର ଦାସ ସଭାପତିତ୍ୱ କରିଥିଲେ । ଏଥିରେ ସଂଗଠନର ଉପଦେଷ୍ଟା ଇଂ ସିଦ୍ଧାର୍ଥ ସ୍ୱରୁପ ଦାଶ ଓ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ଯୋଗଦେଇ ଲେମ୍ବୁର ଉପକାରିତା ଓ ଲୋକମାନଙ୍କର ଆବଶ୍ୟକତା ଉପରେ ଉପସ୍ଥିତ ମହିଳା ଓ କୃଷକ ମାନଙ୍କୁ ବୁଝାଇଥିଲେ । ପ୍ରତ୍ୟେକ ନିଜ ନିଜ ବାଡ଼ିରେ ଲେମ୍ବୁ ଚାରା ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ପରେ ପରେ ଲେମ୍ବୁ ଚାରା ବଂଟନ କରାଯାଇଥିଲା । ଏଥିରେ ସୁଧାଂଶୁ ଶେଖର ଦତ, ଉଦୟଭାନୁ ପଢ଼ିହାରୀ, ସଂଜୟ କୁମାର ସାମଲ, ଦେବଦତ ମହାନ୍ତି , ଜଗବନ୍ଧୁ ବେହେରା, ସୀତାକାନ୍ତ ନାୟକ, ରବିନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲେମ୍ବୁ ଚାରା ବଂଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.