Wednesday , May 31 2023
Breaking News
Home / ବିଶେଷ / “ଵିପଦର ଵନ୍ଧୁ ସେଵା ସଂଗଠନ” ର ସେଵା ସହାୟତା

“ଵିପଦର ଵନ୍ଧୁ ସେଵା ସଂଗଠନ” ର ସେଵା ସହାୟତା

କଟକ ସଦର, ୧୨/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଠାରେ ଗଢି ଉଠିଥିଵା ‘ ଵିପଦର ଵନ୍ଧୁ ସେଵା ସଂଗଠନ’ ଏହି ତହସିଲ ଅନ୍ତର୍ଗତ ପୁରୁଣାହାଟ ପଞ୍ଚାୟତ ଦନ୍ଦୋ ଗ୍ରାମର ଅସହାୟା ବିଧବା ମହିଳା ଵନ୍ଦିତା ସେଠୀ ଓ ତାଙ୍କର ଦୁଇ ନାଵାଳିକା କନ୍ୟାଙ୍କ ପାଇଁ ସହାୟତାର ହାତ ଵଢାଯାଇଛି।ଏହି ପରିପ୍ରେକ୍ଷୀରେ ସଂଗଠନର ସଭାପତି ଭୈରଵ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଅମୂଲ୍ୟ ସାହୁ, ଗୋପିନାଥ ସେନାପତି,ଅଧ୍ୟାପକ ଧରଣୀଧର ଜେନା, ସୃଷ୍ଟିଧର ଆଚାର୍ଯ୍ୟ,ଅଜୟ ପଟ୍ଟନାୟକ, ଆରାଧନା ମଣ୍ଡଳ, ବାସନ୍ତୀ ସିହ୍ନା, ହୃଦାନନ୍ଦ ହୋତା ପ୍ରମୁଖ ଵହୁ ସଦସ୍ୟ ଅସହାୟାଙ୍କ ଘରକୁ ଯାଇଁ ପଡି ସାମଗ୍ରୀ ଓ ଅର୍ଥ ପ୍ରଦାନ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.