Wednesday , May 31 2023
Breaking News
Home / ବିଶେଷ / ଯଶପଡା ଗଣେଶ ଭସାଣି ଶାନ୍ତି ଶୃଙ୍ଖଳାରେ ଶେଷ

ଯଶପଡା ଗଣେଶ ଭସାଣି ଶାନ୍ତି ଶୃଙ୍ଖଳାରେ ଶେଷ

ଉତ୍ସଵ କମିଟି ପକ୍ଷରୁ ସମ୍ବର୍ଦ୍ଧନା

କଟକ ସଦର,୧୨/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଯଶପଡାର ପ୍ରସିଦ୍ଧ ପାରମ୍ପରିକ ଗଣେଶ ଭସାଣି ଉତ୍ସଵ ଶାନ୍ତି ଶୃଙ୍ଖଳାର ସହ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। କରୋନା ପାଇଁ ବନ୍ଦ ଥିବା ଏବଂ ଦୁଇ ବର୍ଷ ପରେ ଏହି ଭସାଣି ହେଉଥିବାରୁ ପ୍ରତିକୂଳ ପାଗ ସତ୍ୱେ ପ୍ରଵଳ ଜନ ସମାଗମ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଵ୍ୟାପକ ପୋଲିସ୍ ବ୍ୟବସ୍ଥା ସହ ୩ ପ୍ଲାଟୁନ ପୋଲିସ ଵଳ ନିୟୋଜିତ ହୋଇଥିଲେ। ଏଥିରେ ସାଲେପୁର ଉପଖଣ୍ଡ ପୋଲିସ୍ ଅଧିକାରୀ ଵିମଳ ଚନ୍ଦ୍ର ବାରିକ, କିଶନନଗର ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶ, ନିଶ୍ଚିନ୍ତକୋଇଲି ଓ ନେମାଳ ଥାନା ଆଇଆଇସି ମଧ୍ୟ ସଜାଗ ରହିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ ଅତିରିକ୍ତ ତହସିଲଦାର ମିଲନ ଜୟସ୍ୱାଲ ଭସାଣି ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ। ଏହି ଅଵସରରେ କମିଟି ପକ୍ଷରୁ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟା ତଥା କଟକ ଜିଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସଙ୍କ ସମେତ ଉପସ୍ଥିତ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସଵ ପରିଚାଳନାରେ ସରପଞ୍ଚ ମିନତି ସେଠୀ, ପୂର୍ବତନ ସରପଂଚ ସୁବାଷ ଚନ୍ଦ୍ର ମହାନ୍ତି, ପୂର୍ବତନ ସମିତି ସଭ୍ୟ ଚିତ୍ତରଞ୍ଜନ ବେହେରା,ଵିଭୁଦତ୍ତ ରାଉତରାୟ, ସୁଶାନ୍ତ ସାହୁ ପ୍ରମୁଖ ସହାୟତା କରିଥିଲେ। ସେହିପରି ଉକ୍ତ ଦିନ ରାତିରେ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଆୟତପୁର ଠାରେ ମଧ୍ୟ ଗଣେଶ ଭସାଣି ଯାତ୍ରା ମହାସମାରୋହରେ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.