ନିରାକାରପୁର, ୧୨/୦୯/୨୦୨୨(ଓଡ଼ିଶା ସମାଚାର)-ନିରାକାରପୁର ସନ୍ନିକଟ ଶ୍ରୀମୁକୁନ୍ଦପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ମେଗା ସ୍ବାସ୍ଥ୍ୟ ମେଳା ହୋଇଯାଇଛି। ଏମ୍ ସ ତରଫରୁ ଅନୁଷ୍ଠିତ ମେଗା ସ୍ବାସ୍ଥ୍ୟମେଳାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅନୁମତି କ୍ରମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ସାହୁପଡା ପ୍ରାଥମିକ ଚିକିତ୍ସା ଅଧିକାରୀ, ସରପଂଚ ଗିତାଂଜଳୀ ନାଥଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ୟ୍ୟ କରାଯାଇଥିଲା। ଭୁବନେଶ୍ୱର ଏମ୍ ସ ହସପିଟାଲର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀଙ୍କ ନେତୃତ୍ବରେ କାର୍ଡିଓଲୋଜି ଡାକ୍ତର ଟୁଟନ ଦାଶ, ଡାକ୍ତର ଦିବ୍ୟଜ୍ୟୋତି ପଣ୍ଡା, ଡାକ୍ତର ଗାରିମା ଗୁଲାଟି, ଡାକ୍ତର ବିଦ୍ୟା କୁମାରୀ, ଡାକ୍ତର ଦେଭିନି ଲିଖିଦା ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ୮ ଜଣ ଡାକ୍ତରୀ ଛାତ୍ର ଏଥିରେ ସହଯୋଗ କରିଥିଲେ। ପ୍ରାୟ ୩୦୦ ରୋଗୀ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ମେଡିସିନ ନେଇଥିବା ବେଳେ ଗୁରୁତର ରୋଗୀମାନଙ୍କୁ ଅଧିକା ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ ସ ହସପିଟାଲ ଯିବା ପାଇଁ ପରାମର୍ଶ ଦେଇଥିଲେ। ବକୁ ପଂଚାୟତ ରେ ଏମ୍ ସ ଭଳି ଅଭିଜ୍ଞ ଡାକ୍ତରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ରୋଗୀମାନେ ଏକ ପ୍ରକାର ଖୁସି ଥିବା ଲକ୍ଷ୍ୟ କରାଯାଇଛି ।
ସମୁଦାୟ ୨୫ ଜଣ ଡାକ୍ତର ରୋଗୀଙ୍କ ଚିକିତ୍ସା କରିଥିଲେ। ପଂଚାୟତର ସମିତି ସଭ୍ୟ ସସ୍ମିତା ସାହୁ, କୃଷ୍ଣ ଚନ୍ଦ୍ର ବରାଳ, ମିନତୀ କୁମାରୀ ଦେଇ, ଗୀତାଞ୍ଜଳୀ ନାଥ, କୁସୁମ ସେନାପତି ଓ ମାନସ ରଞ୍ଜନ ବେହେରା, ସସ୍ମିତା ସାହୁ ଆଶାକର୍ମୀ, ଅଙ୍ଗନଓ୍ବାଡୀ କର୍ମୀ ଓ ସେଛାସେବୀ ଶ୍ୟାମ ଶଙ୍କର ମିଶ୍ର, ଜୟନ୍ତ ଦାସ ପ୍ରମୁଖ ସମସ୍ତେ ପ୍ରତ୍ୟକ୍ଷ ସହଯୋଗ କରି ସ୍ବାସ୍ଥ୍ୟମେଳାକୁ ସଫଳ କରାଇଥିଲେ। ଏହି ଅବସରରେ ଏମ୍ ସ ର ବିଭିନ୍ନ ବିଭାଗର ଡାକ୍ତର ମାନେ ଏହି ଅଞ୍ଚଳର ପ୍ରାୟ ୩୦୦ ରୋଗୀଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରିଥିଲେ।