ଜୁନାଗଡ଼ , ୧୨/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରଭାଟି ଗ୍ରାମ ପଞ୍ଚାୟତର ବ୍ରାହ୍ମଣୀଗୁଡା ଚାରିଛକ ଠାରୁ ମାଟିଗାଁ ପଞ୍ଚାୟତର ଭତ୍ରାଗୁଡା ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ମାତ୍ର ଅସରାଏ ବର୍ଷାରେ ଏହି ରାସ୍ତା ଦେଇ ଯାଆସ କରିବା କଷ୍ଟକର ବ୍ୟାପାର। ମାତ୍ର ଦୁଇ କିଲୋମିଟର ବ୍ୟବଧାନ ଥିବା ଜୁନାଗଡ଼ କଲମପୁର ରାସ୍ତାକୁ ଯିବାକୁ ହେଲେ କୁଲିହାରୀ, ତେନ୍ତୁଳିଖୁଣ୍ଟି, ଚାରଭାଟି, କାଦୋପଦର, ସର୍ଗିଗୁଡା ଆଦି ଗ୍ରାମର ଲୋକଙ୍କୁ ଜୁନାଗଡ଼ ସହର ଦେଇ ଟ୍ରାଫିକ ବହୁଳ ରାସ୍ତାରେ ଯିବାକୁ ପଡେ। ଏହି ରାସ୍ତା ଉପରେ ନିର୍ଭରଶୀଳ ଚାଷୀଙ୍କ ଦୁଃଖ ଅସହନୀୟ।ଚାଷ କାର୍ଯ୍ୟ ପାଇଁ ସାର, ବିହନ,ହଲ, ନଙ୍ଗଳ ନେବା ଆଣିବା ପାଇଁ ବହୁ କଷ୍ଟ ସହିବାକୁ ପଡୁଛି। ଅନେକ ସମୟରେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେହେଁ ,ରାସ୍ତା ନିର୍ମାଣ ହେଉ ନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି।ଜିଲ୍ଲା ପ୍ରଶାସନ ତୁରନ୍ତ ଉକ୍ତ ରାସ୍ତା ନିର୍ମାଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର