Wednesday , May 31 2023
Breaking News
Home / ତାଜା ଖବର / ବାଇକ୍ କୁ ବସ୍ ଧକା ଦେଲା, ଜଣେ ମୃତ – ଅନ୍ୟ ଜଣେ ଆହତ

ବାଇକ୍ କୁ ବସ୍ ଧକା ଦେଲା, ଜଣେ ମୃତ – ଅନ୍ୟ ଜଣେ ଆହତ

ଜଗତପୁର,୧୨/୦୯/୨୦୨୨(ଓଡ଼ିଶା ସମାଚାର)-ଜଗତପୁର ଥାନା ଅନତର୍ଗତ ପଦ୍ମପୁର ଜଗନ୍ନାଥ ବଜାର ନିକଟରେ ଏକ ବସ ଧକାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ସ୍ଥାନୀୟ ପଧାନପଡ଼ାର ରବିନ୍ଦ୍ର ସେଠୀ । ଅନ୍ୟ ଜଣେ ଆହତ ଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ରବିନ୍ଦ୍ର ଏକ ବାଇକ୍ ରେ ଅନ୍ୟ ଜଣଙ୍କୁ ପଛରେ ବସାଇ ମୋଟରସାଇକେଲ ରେ ସାଲେପୁର ରୁ କଟକ ଯାଉଥିବାବେଳେ ବସ୍ ଟି ମୋଟରସାଇକେଲକୁ ଧକା ଦେଇଥିଲା । ଉତ୍ୟକ୍ତ ଲୋକମାନେ ଦୂର୍ଘଟଣା ଘଟାଇଥିବା ବସ କୁ ଭଙ୍ଗାରୁଜା କରିଛନ୍ତି । ଖବର ପାଇ ଜଗତପୁର ପୋଲିସ ଦୂର୍ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ସୁଝା କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.