ଭୁବନେଶ୍ୱର,୧୨/୦୯/୨୦୨୨(ଓଡ଼ିଶା ସମାଚାର)- ପବ୍ଲିକ ରାଇଟ ଆସୋସିଏସନ୍ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଆନୁକୁଲ୍ୟରେ ୬୭ ନଂ ୱାର୍ଡ ଲିଙ୍ଗରାଜ ଷ୍ଟେସନ ପାଖ ତାରିଣୀ ବସ୍ତିରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସୋସିଏସନ୍ ସଭାନତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଓ ଭୁବନେଶ୍ୱର ସହର ମହିଳା ଶାଖା ଉପ ସଭାନେତ୍ରୀ ଶ୍ରୀମତୀ ପଙ୍କଜିନି ବେହୁରା , ୬୭ ନଂ ୱାର୍ଡ ଅଫିସର୍ସ ଶ୍ରୀଯୁକ୍ତ ପ୍ରକାଶ ସାହୁଙ୍କ ତତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ଦାସ ,ସଦସ୍ୟା ସୁବାସିନି ପାତ୍ର, ବିଳାସିନୀ ମହାନ୍ତି, ସ୍ୱପ୍ନା ରାମ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୬୭ ନଂ ୱାର୍ଡ ର କର୍ପୋରେଟର , ସ୍ୱଚ୍ଛ ସାଥୀ ସଦସ୍ୟ/ ସଦସ୍ୟା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ମହଲ, ସମାଜସେବୀ ବନଜା ବେହେରା, ପି. ଆର.ଏ ସ୍ୱାସ୍ଥ୍ୟ ବିଭାଗ ସଭାପତି ଶ୍ରୀ ଲୋକନାଥ ଦାଶ, ପି. ଆର.ଏ ପରିବେଶ ବିଭାଗ ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସ, ପଶୁ ପ୍ରେମୀ ପ୍ରଦୀପ ଦାସ , ଖୋର୍ଦ୍ଧା ଜିଲ୍ଲା ମହିଳା ବିଭାଗ ସାଧାରଣ ସମ୍ପାଦିକା ସୁଶ୍ରୀ ଶ୍ୟାମା ମହାନ୍ତି, ସମ୍ପାଦିକା ରଞ୍ଜିତା ଦାସ, ସଂଯୁକ୍ତା ଶତପଥୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସଫଳ କରିଥିଲେ । ଓଡ଼ିଶା ସମାଚାର