Wednesday , May 31 2023
Breaking News
Home / ବିଶେଷ / ଗୋଳବାଇ ଷ୍ଟେସନ ନିକଟରେ ଟ୍ରେନରେ କଟି ଜଣେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମୃତ୍ୟୁ

ଗୋଳବାଇ ଷ୍ଟେସନ ନିକଟରେ ଟ୍ରେନରେ କଟି ଜଣେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମୃତ୍ୟୁ

ନିରାକାରପୁର, ୧୨/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧାରୋଡ ରେଳ ଡିଭିଜନ ଅନ୍ତର୍ଗତ ଗୋଳବାଇ ଷ୍ଟେସନ ନିକଟରେ ଟ୍ରେନରେ କଟି ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଚି। ମୃତକ ଗୋଳବାଇ ଗ୍ରାମର ଦିବାକର ସାମଲ ବୋଲି ଜଣାପଡ଼ିଛି। ଦିବାକର ଅଗ୍ନିଶମ ବାହିନୀ ର ଜଣେ କର୍ମଚାରୀ ବୋଲି ସୂଚନା ମିଳିଛି। ମୃତ୍ୟୁ ର କାରଣ ଜଣାପଡିନାହିଁ। ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇଥିବା ବେଳେ ରେଳବାଇ ଥାନାରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଦିବାକର ସାମଲଙ୍କ ଅକାଳ ମୃତ୍ୟୁ ରେ ସ୍ଥାନୀୟ ଗୋଳବାଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଓଡ଼ିଶା ସମାଚାର

Leave a Reply

Your email address will not be published.