Sunday , May 28 2023
Breaking News
Home / ଶିକ୍ଷା / ୫ଟି ରୁପାନ୍ତିକରଣ ବିଦ୍ୟାଳୟର ବୈଠକ

୫ଟି ରୁପାନ୍ତିକରଣ ବିଦ୍ୟାଳୟର ବୈଠକ

ନିରାକାରପୁର,୧୧/୦୯/୨୦୨୨(ଓଡ଼ିଶା ସମାଚାର)- ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ସରକାରୀ ବିଦ୍ୟାଳୟର ସଭାଗୃହରେ ଶିକ୍ଷକ,ଅଭିଭାବକ,ପୁରାତନ ଛାତ୍ରକମିଟି ମାନଙ୍କୁ ନେଇ ଏକ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ମାନଙ୍କର ଗୁଣାତ୍ମକ ଶିକ୍ଷାନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ୫ଟି ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ପ୍ରତି କ୍ରିୟାଶୀଳ କରି ଛାତ୍ରଛାତ୍ରୀ ମାନଙ୍କୁ ଉତମ ଶିକ୍ଷାଦାନ ନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ରୁପାନ୍ତିକରଣ ଯୋଗୁଁ ଛାତ୍ରଛାତ୍ରୀ ମାନେ କିପରି ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ଆକୃଷ୍ଟ ହେବେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶିକ୍ଷକ ସୁମନ୍ତ କୁମାର ଦାଶ୍,ଦିବ୍ୟରଞ୍ଜନ ନାୟକ,ଶିକ୍ଷୟତ୍ରୀ ସ୍ୱାଗତିକା ସ୍ୱାଇଁ,ଶୁଭଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ଅଭିଭାବକ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟ ପ୍ରରାତନ ଛାତ୍ର କମିଟି ସଭାପତି ଲଲିତ କୁମାର ପଟ୍ଟନାୟକ,ଉପସଭାପତି ଦୁର୍ଗାଚରଣ ସୁନ୍ଦରାୟ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏସ.କେ ଇଶ୍ରାଇଲି ,ପରିଚାଳନା କମିଟି ସଭ୍ୟ ସୁକାନ୍ତ ଗଜେନ୍ଦ୍ର,ଭରତ ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ବାକି ରହିଯାଇଥିବା ଅବଶିଷ୍ଟ କାର୍ଯ୍ୟକୁ ଶ୍ରୀଘ୍ର ସାରିବାକୁ ଅଭିଭାବକ ମାନେ ପ୍ରସ୍ତାବ ଦେଇଥିଲେ । ଶିକ୍ଷୟତ୍ରୀ କଲୋଲିନ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.