Thursday , September 29 2022
Home / କୃଷି / ୨୯ ବର୍ଷର ପୁରୁଣା କୋଠାରେ ଚାଲିଛି ଆରଏମସି

୨୯ ବର୍ଷର ପୁରୁଣା କୋଠାରେ ଚାଲିଛି ଆରଏମସି

ଜୁନାଗଡ଼ ୧୧/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକକୁ ନେଇ ଜୁନାଗଡ଼ ଆରଏମସି ଗଠିତ । ଏହି ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ଚାଷୀ ମାନଙ୍କ ସେବା ପାଇଁ ସବୁବେଳେ ଚେଷ୍ଟିତ ଅଛି । କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆରଏମସି ଏବେ ନିଜ ପରିଚୟ ଖୋଜିବା ଆରମ୍ଭ କରିବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀର ଉତ୍ପତ୍ତି ପରେ ଜିଲ୍ଲାରେ ଚାଷୀ ମାନେ ଦୁଇ ଫସଲି ଚାଷ କରୁଛନ୍ତି । ସେହିଭଳି ଜିଲ୍ଲାର ଜୁନାଗଡ଼, ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକ ରେ ସର୍ବେଗ ଧାନ, କପା ଓ ଡାଲି ଜାତୀୟ ଫସଲ ଚାଷ କରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗତ ୧୯୯୩ ମସିହାରେ ଜୁନାଗଡ଼, ଗୋଲାମୁଣ୍ଡା ଓ ଧର୍ମଗଡ଼କୁ ନେଇ ଜୁନାଗଡ଼ ଆରଏମସି ଗଠନ ହୋଇଛି । ଜୁନାଗଡ଼ ଆରଏମସି ଅଧୀନରେ ୭୧ ଟି ମଣ୍ଡି ଅଛି । ଏହି ଆରଏମସିର ମଣ୍ଡିରୁ ଚାଷୀଙ୍କ ଧାନ, କପା ତଥା ଡାଲି ଜାତୀୟ ଫସଲ ବିକ୍ରି କରାଯାଇଥାଏ । ଧାନ ବିକ୍ରିରେ ଆରଏମସି ୨ ପ୍ରତିଶତ ରାଜସ୍ୱ ନେଉଥିବା ବେଳେ କପା କିମ୍ବା ଡାଲି ଜାତୀୟ ଫସଲରେ ୧ ପ୍ରତିଶତ ରାଜସ୍ୱ ଆଦାୟ କରିଥାନ୍ତି । ସେହିଭଳି ଆରଏମସି ର ଅନେକ ଦୋକାନ ଗୃହ ଅଛି , ଯାହାକି ଭଡାରେ ଚାଲିଛି । କିନ୍ତୁ ଚାଷୀଙ୍କୁ ସୁବିଧା ଯୋଗାଉଥିବା ଆରଏମସି ଏବେ ନିଜ ପରିଚୟ ଖୋଜୁଛି । ବିଗତ ୨୯ ବର୍ଷ ହେଲା ଆରଏମସି ଅଫିସ ଓ ସଭା ଗୃହ ନିର୍ମାଣ ହୋଇକି ଆଜି ପର୍ୟ୍ୟନ୍ତ ନୂଆ ଘର ନିର୍ମାଣ ହେବା ତ ଦୂରର କଥା ମରାମତି ମଧ୍ୟ କରାଯାଇ ନାହିଁ । କେଉଁଠି ଛାତରୁ ପାଣି ଗଲୁଛି ତ କେଉଁଠି ଛାତର ଛଡ଼ ମଧ୍ୟ ଦିଶିଲାଣି । ଛାତ ଉପରେ ଅନାଵନା ଘାସ ହୋଇ କୁତ୍ରିମ ଜଙ୍ଗଲ ସୃଷ୍ଟି ହେଲାଣି । ସଭା ଗୃହରେ କୋଠା ନିର୍ମାଣ ଦିନରୁ ଲାଗିଥିବା ଫ୍ୟାନ ଆଜି ପର୍ୟ୍ୟନ୍ତ ଲାଗିଛି । ତାହା ଏବେ ଚାଲୁନାହଁ । ଅଫସ ର ଶୌଚାଳୟ ଓ ନଲ ମଧ୍ୟ ଭାଙ୍ଗି ଗଲାଣି । ତେଣୁ ତୁରନ୍ତ ଜୁନାଗଡ଼ ଆରଏମସିର ନୂତନ କୋଠା ନିର୍ମାଣ କରିବାକୁ ଜୁନାଗଡ଼ ସିଟିଜେନ ଫୋରମ ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published.