Wednesday , May 31 2023
Breaking News
Home / ବିଶେଷ / ସିଟିଜେନ ଫୋରମ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର

ସିଟିଜେନ ଫୋରମ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର

ଜୁନାଗଡ଼,୧୧/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆରଏମସି ସଭା ଗୃହରେ ସିଟିଜେନ ଫୋରମ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଫୋରମର ସଭାପତି ଅଶୋକ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ନଗର ପାଳ ମୁକେଶ ଅଗ୍ରୱାଲ, ଫୋରମର ସମ୍ପାଦକ ବିଜୟ ବେହେରା, ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଫୋରମ ପକ୍ଷରୁ ଏକ ୪ଦଫା  ଦାବିପତ୍ର ସାଂସଦଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଜୁନାଗଡ଼ ସହରରେ ବାଏପାସ ରାସ୍ତା ନିର୍ମାଣ, ଇସ୍ପାତ ଟ୍ରେନକୁ ଜୁନାଗଡ଼କୁ ୨ଦିନ ସମ୍ପ୍ରସାରଣ ଦାବି, କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଓ ବିଶାଖାପାଟଣାରୁ ଜୁନାଗଡ଼କୁ ସିଧାସଳଖ ରେଳ ସଂଯୋଗ ଆଦି ଦାବି କରାଯାଇଛି । ବୈଠକରେ ଫୋରମର ଉପଦେଷ୍ଟା ଈଶ୍ୱର ପୂଝରୀ, ବେଦ ପ୍ରକାଶ ଗୋଏଲ ଗଣମାଧ୍ୟମ ପରାମର୍ଶଦାତା ଯୁଗଳ କିଶୋର ନାଏକ, ଆଇନଜୀବୀ ଜଗବନ୍ଧୁ ନାଏକ, ଭୁବନେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଫୋରମର ସାଧାରଣ ସମ୍ପାଦକ ସନ୍ତୋଷ ସିଂ ଦେଓ କାର୍ୟ୍ୟକ୍ରମ ପରିଚାଳନା କାରିଥିବା ବେଳେ ମଳୟ ମୁଣ୍ଡ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.