୨୦ ୟୁନିଟ୍ ରକ୍ତ ସଂଗୃହିତ
ଭୁବନେଶ୍ୱର,୧୧/୦୯/୨୦୨୨(ଓଡ଼ିଶା ସମାଚାର)-ରକ୍ତଦାନ ମହତ୍ ପୂଣ୍ୟ । ରକ୍ତର ଅଭାବରୁ ଆମ ରାଜ୍ୟରେ ବହୁତ ଲୋକ ଅକାଳରେ ମୃତୁ୍ୟବରଣ କରିଥାନ୍ତି । ନିୟମିତ ରକ୍ତ ଆବଶ୍ୟକ କରୁଥିବା, ରକ୍ତଶୂନ୍ୟତା ଭୋଗୁଥିବା ଶିଶୁ, ପୋଡ଼ାଜଳା ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଥାଲାମେସିଆ, ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ବଂଚାଇ ରଖିବା ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ । ହେଲେ ଏ ରକ୍ତ ଆସିବ କେଉଁଠୁ? କେବଳ ବଦାନ୍ୟ ବ୍ୟକ୍ତିମାନେ ହିଁ ନିଜ ଶରୀରରୁ ଏହି ରକ୍ତଦାନ କରିପାରିବେ । ରକ୍ତଦାତା ନ ରହିଲେ ରକ୍ତ ଆବଶ୍ୟକ କରୁଥିବା ପୀଡ଼ିତଙ୍କ ଜୀବନରକ୍ଷା କରିବା ସମ୍ଭବ ନୁହେଁ । ଆଉ ଯଦି ସ୍ୱେଚ୍ଛାକୃତ ରକ୍ତଦାତା ନ ବାହାରନ୍ତି, ତେବେ ରକ୍ତ ଆବଶ୍ୟକ କରୁଥିବା ସବୁ ପୀଡ଼ିତଙ୍କୁ ରକ୍ତ ଯୋଗାଇବା ଅସମ୍ଭବ ହୋଇପଡ଼ିବ ।
ଯାହାକି ସେମାନଙ୍କ ଅକାଳ ମୃତୁ୍ୟର କାରଣ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଚୈତନ୍ୟ ଇନଷ୍ଟିଚୁ୍ୟଟ ଅଫ୍ ବୈଷ୍ଣବିକ କଲଚର ତରଫରୁ କ୍ୟାପିଟାଲ ହସ୍ପିଟାଲର ମଡ଼େଲ ବ୍ଲଡ଼ ବ୍ୟାଙ୍କ ନିର୍ଦ୍ଧେଶକ ଡ଼କ୍ଟର ଦେବାଶିଷ ମିଶ୍ରଙ୍କ ନିର୍ଦ୍ଧେଶରେ ଭୁବନେଶ୍ୱର ସହିଦ ନଗରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଛି । ଏହି ରକ୍ତଦାନ ଶିବିରରେ ଡ. ଲିପିକା ପରିଡ଼ା, ଏଚଓଡ଼ି, ଆେଙ୍କାଲିଜ୍ ଏଆଇଆଇଏମଏସ୍ ଭୁବନେଶ୍ୱର ଏବଂ ପୂଜା ବିଦ୍ୟାପତି ନରସିଂହ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ବର୍ଗର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଓଡ଼ିଶା ସମାଚାର