Wednesday , May 31 2023
Home / ବିଶେଷ / ରାଉରକେଲା ରୁ ବିପୁଳ ପରିମାଣର ନକଲି ନୋଟ ଜବତ, ଜଣେ ଗିରଫ

ରାଉରକେଲା ରୁ ବିପୁଳ ପରିମାଣର ନକଲି ନୋଟ ଜବତ, ଜଣେ ଗିରଫ

ରାଉରକେଲା, ୧୧/୦୯/୨୦୨୨(ଓଡ଼ିଶା ସମାଚାର)- ରାଉରକେଲା ରୁ ବିପୁଳ ପରିମାଣର ନକଲି ନୋଟ ଜବତ ହୋଇଛି। ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଏସଟିଏଫ୍ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ବଦରପୁର ଥାନା ଅନ୍ତର୍ଗତ ମୋଲାରବନ୍ଦ ଅଞ୍ଚଳର ଏସକେ ଅହମ୍ମଦ ରାଉରକେଲା ସେକ୍ଟର ୧୭ରେ ରହି ନକଲି ନୋଟ କାରବାର କରୁଥିଲା । ଏସଟିଏଫ୍ ଚଢ଼ାଉ କରି ଏତେ ପରିମାଣର ନକଲି ଟଙ୍କା ଜବତ କରିବା ସହ ନୋଟ ଛାପିକା ସରଂଜାମ କବତ କରି ଏସକେ ଅହମ୍ମଦ କୁ ଗିରଫ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.