ସାଲେପୁର ,୧୧/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ହିନ୍ଦୁ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ , ଜୈନ , ବୌଦ୍ଧ ସମେତ ବିଭିନ୍ନ ଧର୍ମର ଲୋକମାନେ ବସବାସ କରନ୍ତି । କିନ୍ତୁ ହିନ୍ଦୁ ଓ ମୁସଲମାନ ଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର କୁ ଭୁଲି ହିନ୍ଦୁ ଓ ମୁସଲମାନ ଭାଇ ମାନଙ୍କୁ ଏକ ଭାଇଚାରା ସୂତ୍ରରେ ରେ ଆବଦ୍ଧ ରଖିବାର ପ୍ରୟାସ କରିଛନ୍ତି ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ର ମେହେରବାନ୍ ଖାଁ ।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ପିକୋଳ ଗ୍ରାମର ମେହେରବାନ୍ ଖାନ୍ ମୁସଲମାନ୍ ହୋଇ ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ କୁ ପରିବେଷଣ କରି ଚର୍ଚ୍ଚା ରେ ଅଛନ୍ତି । ମେହେରବାନ୍ କୁହନ୍ତି ମୁଁ ମୁନ୍ମାନ ହେଲେବି ପ୍ରଥମେ ଜଣେ ଭାରତୀୟ । ଏହି ଭାରତବର୍ଷ ହେଉଛି ଭାଇଚାରା ର ଦେଶ । ଏଠି ସମସ୍ତଙ୍କୁ ସମାନ ଅଧିକାର ମିଳିଥାଏ । ଏଣୁ ଆମେ ସମସ୍ତେ ମିଳିମିଶି ରହିବା । ଜଗନ୍ନାଥ ଙ୍କ ଭଜନ ଏବେ ମୋର ରିଲିଜ୍ ହୋଇଛି । ଆଗକୁ ଆହୁରି ୫ ଟି ଗୀତ ର ଅଫର୍ ମଧ୍ୟ ଆସିଛି। ଏଣୁ ଆଗକୁ ଆହୁରି ଅଧିକ ଜଗନ୍ନାଥ ଙ୍କ ଭଜନ ଗାଇବି । ହିନ୍ଦୁ ଓ ମୁସଲମାନ୍ ମାନଙ୍କ ଭିତରେ ଭାଇଚାରା ସୃଷ୍ଟି କରିବା ମୋର ଛୋଟିଆ ପ୍ରୟାସ । ଏଣୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ଥିଲେ ଓ ଓଡ଼ିଶା ର ହିନ୍ଦୁ ମୁସଲମାନ୍ ଭାଇ ମାନଙ୍କ ସହଯୋଗ ମିଳିଲେ ନିଶ୍ଚିତ ମୁଁ ଦେଖିଥିବା ସ୍ୱପ୍ନ ପୂରଣ ହେଵ ।
ବାସ୍ତବ ରେ ମେହେରବାନ୍ ଖାନ୍ ଙ୍କର ଏଭଳି ଜଗନ୍ନାଥ ଙ୍କ ଭଜନ ଗାଇବା ଓ ହିନ୍ଦୁ ମୁସଲମାନ୍ ଭାଇ ମାନଙ୍କୁ ଏକାଠି କରି ଏକ ଭାଇଚାରା ସୃଷ୍ଟି କରିବା ସ୍ବପ୍ନ ନିଶ୍ଚିତ ଏକ ସ୍ବାଗତଯୋଗ୍ୟ ପ୍ରୟାସ । ଏଭଳି କାର୍ୟ୍ୟ ପାଇଁ ସମଗ୍ର ଅଞ୍ଚଳରେ ମେହେରବାନ୍ ଙ୍କୁ ପ୍ରଶଂସା ର ସୁଅ ଛୁଟୁଛି । ଆଗକୁ ଦେଖିବାକୁ ବାକି ରହିଲା ମେହେରବାନ୍ ଖାନ୍ ଙ୍କ ପ୍ରୟାସ ର ଗତିପଥ କେତେ ଆଗକୁ ଆଗକୁ ଯାଉଛି।