Saturday , June 10 2023
Breaking News
Home / କୃଷି / ବଡ଼ବେତ୍ରା ପ୍ରାଥମିକ କୃଷି ସମବାୟ ସମିତି ପୁନଃ କାର୍ଯ୍ୟକ୍ଷମ କରିବାକୁ ସମବାୟ ମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ବଡ଼ବେତ୍ରା ପ୍ରାଥମିକ କୃଷି ସମବାୟ ସମିତି ପୁନଃ କାର୍ଯ୍ୟକ୍ଷମ କରିବାକୁ ସମବାୟ ମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗରଦପୁର, ୧୧/୦୯/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରାସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଦୀର୍ଘ ୨ ବର୍ଷରୁ ଉଦ୍ଧ୍ୱର୍ ହେବ ଅଚଳ ହୋଇ ପଡ଼ିଛି । ସମିତିର ସମ୍ପାଦକ ପଦବି ରେ ନିଯୁକ୍ତି କୁ କେନ୍ଦ୍ର କରି ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିବାରୁ ସମବାୟ ସମିତି ଅଚଳ ହୋଇ ପଡ଼ିଛି । ସମବାୟ ସମିତି ଓ ଏହାର ମିନି ବ୍ୟାଙ୍କ କାର୍ଯ୍ୟକ୍ଷମ ହେଉନଥିବାରୁ ଅଂଚଳର ହଜାର ହଜାର କୃଷକ ଓ ମିନି ବ୍ୟାଙ୍କର ଉପଭୋକ୍ତା ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କୃଷି କୃଷି ସମବାୟ ସମିତିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସମବାୟବିତ୍ ତଥା କବି ବିଜନ ରାୟ ଙ୍କ ନେତୃତ୍ୱରେ ସ୍ଥାନୀୟ ସରପଂଚ ପ୍ରତିନିଧି ଓ ବରିଷ୍ଠ ନାଗରିକ ମାନେ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ତେବେ ସମବାୟ ସମିତି ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରତିଶୃତି ଦେଇଛନ୍ତି । ଉଲେଖନୀୟ ଏହିକି ବଡ଼ବେତ୍ରା କୃଷି ସମବାୟ ସମିତି କୁ କାର୍ଯ୍ୟକ୍ଷମ କରିବାକୁ ଦାବି କରି ଗତ ସପ୍ତାହରେ ଅଂଚଳର ଶତାଧିକ କୃଷକ ସମବାୟ ସମିତି ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.