Wednesday , May 31 2023
Home / ସ୍ୱାସ୍ଥ୍ୟ / ପୁର୍ନବାସରେ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

ପୁର୍ନବାସରେ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

କେନ୍ଦ୍ରାପଡା, ୧୧/୦୯/୨୦୨୨(ଓଡ଼ିଶା ସମାଚାର)- ପ୍ରତିବର୍ଷ ସେପ୍ଟେମ୍ବର ମାସ ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ରୂପେ ପାଳନ କରାଯାଇ ଆସୁଛି । ଏହି ଅବସରରେ କେନ୍ଦ୍ରାପଡାର ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ‘ପୂର୍ନବାସ’ ପକ୍ଷରୁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧପୁର ସ୍ଥିତ ରିହାବିଲିଟେସନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ସେରିବ୍ରାଲପାଲସି ବା ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କ ନିମନ୍ତେ ନିୟମିତ ଫିଜିଓଥେରାପି ଚିକିତ୍ସାର ଉପାଦେୟତା ସମ୍ପର୍କରେ ଏହି ଦିବସରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଚିକିତ୍ସକ ଡା. ବିଶ୍ୱପ୍ରକାଶ କାନୁନଗୋ ଯୋଗଦେଇ ଉପସ୍ଥିତ ଅଭିଭାବକ ମାନଙ୍କୁ ସେମାନଙ୍କ ସ୍ୱତନ୍ତ୍ର ଶିଶୁର ଯତ୍ନ ସମ୍ପର୍କରେ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ଏହି ପ୍ରକଳ୍ପର ସୁବିଧା ନେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।  ନିମାଇଁ ଚରଣ ମାନସିକ ଅନଗ୍ରସର ସଂସ୍ଥାନ ଅଧ୍ୟକ୍ଷ ଶ୍ୱପ୍ନାଶୁଂ  ଦାସ ଯୋଗ ଦେଇଥିଲେ । ଅନୁଷ୍ଠାନର ସଂଯୋଜକ ସଞ୍ଜିବ କୁମାର ଜେନା  କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଫିଜିଓଥେରାପିଷ୍ଟ ଅନିତା ବାରିକ, କମଳାକାନ୍ତ ବିଶ୍ୱାଳ ଦିବସର ଅଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଟାନ ପକ୍ଷରୁ ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.