Wednesday , May 31 2023
Breaking News
Home / ବିଶେଷ / ସାମ୍ବାଦିକଙ୍କ ବିୟୋଗରେ ଶୋକ

ସାମ୍ବାଦିକଙ୍କ ବିୟୋଗରେ ଶୋକ

ନିରାକାରପୁର, ୧୦/୦୯/୨୦୨୨(ଓଡ଼ିଶା ସମାଚାର)-  ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଥିଲେ ଓଡିଶା ଓ୍ବେବ ଆଣ୍ଡ ଡିଜିଟାଲ ମିଡିଆ ଓଡିଶା ସଂଘର ନୟାଗଡ଼ ଜିଲ୍ଲା ସଂପାଦକ। ତାଙ୍କର ଅକାଳ ବିୟୋଗରେ ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଆଜି ସଂଧ୍ୟାରେ ସଂଘର ସଭାପତି ଦୀପକ ପ୍ରଧାନଙ୍କ ପୌରହିତ୍ୟରେ ସାମ୍ବାଦିକ ସଂଘ କାର୍ୟାଳୟରେ ଏକ ସଭାରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଅମର ଆତ୍ମାର ସଦଗତି ଓ ଶାନ୍ତି ପାଇଁ ନିରବ ପାର୍ଥନା କରାଯାଇଥିଲା। ସଂଘର ଉପ ସଭାପତି କପିଳେଶ୍ଵର ସିଂହ, ମୁଖପାତ୍ର ବିକ୍ରମ କେଶରୀ ସାହୁ, କୋଷାଧ୍ୟକ୍ଷ ହିମାଂଶୁ ଭୂଷଣ ଚଂପତିରାୟ, ପ୍ରକାଶ ବଳିୟାରସିଂଙ୍କ, ବିଭୁତି ଭୂଷଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.