Sunday , May 28 2023
Breaking News
Home / ବିଶେଷ / ରାଜ୍ୟପାଳ ଦୁଇ ଦିନିଆ କୋରାପୁଟ ଜିଲା ଗସ୍ତରେ 

ରାଜ୍ୟପାଳ ଦୁଇ ଦିନିଆ କୋରାପୁଟ ଜିଲା ଗସ୍ତରେ 

କୋରାପୁଟ, ୧୦ /୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି। ରାଜ୍ୟପାଳ ହୀରାଖଣ୍ଡ ଟ୍ରେନ୍ ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି । ହୀରଖଣ୍ଡ ଏକ୍ସପ୍ରେସ୍ ର ଏକ ସ୍ୱତନ୍ତ୍ର କୋଚ୍ ରେ ରାଜ୍ୟପାଳ କୋରାପୁଟରେ ପହଞ୍ଚିଥିଲେ। ଜିଲ୍ଲାପାଳ, ଏସ୍ପି ଓ ରେଳ ବିଭାଗର ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ। ଆଜି ଓ ଆସନ୍ତାକାଲି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ୟ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଆଜି ଅପରାହ୍ନରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ମୁଖ୍ୟ ଅତିଥି ଭାହେବ  ଯୋଗ ଦେବେ। ଏହାପରେ ରାଜ୍ୟପାଳ ସେମିଳିଗୁଡ଼ାସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।

ଆସନ୍ତାକାଲି ରାଜ୍ୟପାଳ କୁନ୍ଦୁରା ବ୍ଲକ ଅନ୍ତର୍ଗତ ବୁଦାଗୁଡା ଗ୍ରାମରେ ଦୁରୁଆ ଆଦିବାସୀ ମହିଳା ମହାସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗ ଦେବେ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିବେ। ଏହାପରେ ରାଜ୍ୟପାଳ ଜୟପୁର ଠାରେ ଅନୁଷ୍ଠିତ ସମ୍ବାଦ ର ପରୀକ୍ଷା କାର୍ୟ୍ୟକ୍ରମରେ ଯୋଗ ଦେବେ।

ରାଜ୍ୟପାଳ  ଙ୍କ ଦୁଇ ଦିନିଆ କୋରାପୁଟ ଜିଲାକୁ ଗସ୍ତ ନେଇ ନେଇ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଓ ୧୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୁଚନା ଦେଇଛନ୍ତି ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ । ଓଡ଼ିଶା ସମାଚାର

Leave a Reply

Your email address will not be published.