କଟକ ସଦର ,୧୦/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜଳସଂପଦ ଵିଭାଗ ମହାନଦୀ ଦକ୍ଷିଣ ଵିଭାଜନ ତଥା କିଶନନଗର ଉପ ଵିଭାଜନ ଅଧିନସ୍ଥ ଯଶପଡାର ବ୍ୟସ୍ତ ବହୁଳ ସାଉଥ୍ ଚ୍ୟାନେଲ କେନାଲ ବନ୍ଧ ରାସ୍ତା ଦୀର୍ଘ ଦିନ ହେଲା ଶୋଚନୀୟ ହୋଇ ପଡିଥିବାରୁ ଗମନାଗମନ ପାଇଁ ନାହିଁ ନଥିବା ଅସୁବିଧା ପରିଲକ୍ଷିତ ହେଉଥିଲା। ଏଥିପାଇଁ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଥିଲା। ଦୁଇ ଵର୍ଷ ପରେ ପ୍ରସିଦ୍ଧ ଯଶପଡା ଗଣେଶ ଭସାଣି ଶୋଭାଯାତ୍ରା ଏହି ରାସ୍ତା ଅତିକ୍ରମ କରିବାକୁ ଥିଵାରୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ନିର୍ଦ୍ଦେଶରେ ଓ ସରପଞ୍ଚ ମିନତି ସେଠୀଙ୍କ ଉଦ୍ୟମକ୍ରମେ ରାସ୍ତାର ମରାମତି କାର୍ଯ୍ୟ ଯୁଦ୍ଧ କାଳୀନ ଭିତିରେ ସମ୍ପୁର୍ଣ୍ଣ କରାଯାଇଛି।ଏହି କାର୍ଯ୍ୟକୁ ବିଜେଡି ଯୁଵ ନେତା ଵିଭୁଦତ୍ତ ରାଉତରାୟ ଓ ସୁଶାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯାଇଥିଲା ଵେଳେ ବର୍ଷା ଦିନ ପରେ ରାସ୍ତାର ନବକଳେବର କରାଯିଵ ଵୋଲି ନିର୍ଭର ପ୍ରତିଶ୍ରୁତି ମିଳିଛି । ଓଡ଼ିଶା ସମାଚାର