Sunday , May 28 2023
Breaking News
Home / ବିଶେଷ / ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ତାଲିମ କେନ୍ଦ୍ର ଭାବେ ପୁରସ୍କୃତ

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ତାଲିମ କେନ୍ଦ୍ର ଭାବେ ପୁରସ୍କୃତ

ଭୁବନେଶ୍ୱର,୧୦ /୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଦେଶର ଶ୍ରେଷ୍ଠ ପୋଲିସ ତାଲିମ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ମିଳିଛି । ଏକାଡେମୀର ଅତିରିକ୍ତ ଡିଜି (ତାଲିମ ଓ ନିର୍ଦ୍ଦେଶକ) ଅରୁଣ କୁମାର ଷଡ଼ଙ୍ଗୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ୨୦୨୦-୨୧ ପାଇଁ ଗେଜେଟେଡ୍ ଅଫିସର ବର୍ଗ ଲାଗି ସବୁ ରାଜ୍ୟକୁ ପଛରେ ପକାଇ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ହାତେଇଛି ୟୁନିଅନ୍ ହୋମ୍ ମିନିଷ୍ଟର ଟ୍ରଫି । ପ୍ରଶିକ୍ଷଣ ସୁବିଧା ଓ ପଦ୍ଧତି, ପ୍ରଶିକ୍ଷକ ଏବଂ ପ୍ରଶିକ୍ଷକଙ୍କ ଦକ୍ଷତା, ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସହ ଅନ୍ୟାନ୍ୟ ପ୍ରସଙ୍ଗର ମୂଲ୍ୟାୟନ ପରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍‌ ଏକାଡେମୀକୁ ଦେଶର ସମସ୍ତ ରାଜ୍ୟ ପୁଲିସ୍‌ ତାଲିମ ପ୍ରତିଷ୍ଠାନ ମଧ୍ୟରେ ସର୍ବୋତ୍ତମ ପୁଲିସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ଭାବରେ ମନୋନୀତ କରାଯାଇଛି ।

Leave a Reply

Your email address will not be published.