Friday , September 29 2023
Breaking News
Home / କ୍ରୀଡ଼ା / ଜୁନିୟର ମହିଳା ବିଶ୍ୱକପ୍‌  ଲୋଗୋ ଉନ୍ମୋଚିତ

ଜୁନିୟର ମହିଳା ବିଶ୍ୱକପ୍‌  ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର, ୧୦ /୦୯/୨୦୨୨(ଓଡ଼ିଶା ସମାଚାର)-  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ମହିଳା ବିଶ୍ୱକପ୍‌ ଲୋଗୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଉନ୍ମୋଚନ କରିଛନ୍ତି । ଏହି ଉପଲକ୍ଷେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ   ମୁଖ୍ୟମନ୍ତ୍ରୀ  ଙ୍କ ଦ୍ୱାରା ଏହି ଲୋଗୋ  ଉନ୍ମୋଚିତ କରାଯାଇଛି ।

ଖବର ଅନୁଯାୟୀ, ଅଣ୍ଡର-୧୭ ମହିଳା ଫୁଟବଲ୍ ବିଶ୍ବକପ୍ ର ମ୍ୟାଚ ଭୁବନେଶ୍ବର, କୋଲକାତା ଏବଂ ଅହମ୍ମଦାବଦରେ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧ରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହାପରେ ୧୪ ଏବଂ ୧୭ରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ବକପ୍ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚକୁ ଦର୍ଶକ ଷ୍ଟାଡିୟମରେ ବସି ଦେଖିପାରିବେ । ଚଳିତ ମାସ ଶେଷ ଆଡ଼କୁ ଟିକେଟ ବିକ୍ରି ଆରମ୍ଭ ହେବ । ଏହାପୂର୍ବରୁ ଶନିବାର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ମହିଳା ବିଶ୍ୱକପ୍‌ ଲୋଗୋ କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାରତୀୟ ଟିମ୍ ସହ ଫଟୋ ଉଠାଇ କରମର୍ଦ୍ଦନ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *