Wednesday , May 31 2023
Home / ବିଶେଷ / କନ୍ଧମାଳ ଜିଲା ସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ତାଲିମ୍‍ ଶିବିର ଉଦଯାପିତ

କନ୍ଧମାଳ ଜିଲା ସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ତାଲିମ୍‍ ଶିବିର ଉଦଯାପିତ

କନ୍ଧମାଳ,୧୦/୦୯/୨୨(ଓଡିଶା ସମାଚାରସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ଆର୍‍.ସେ.ଟି ସମ୍ମିଳନୀ କକ୍ଷରେ ୨ ଦିନ ଧରି ଚାଲିଥିବା ଜିଲା ସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ.ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲା ପ୍ରଶିକ୍ଷଣ ସଂଯୋଜିକା ଡ଼ଃ.ଅଳକା ପଟନାୟକ, ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼.ମନୋଜ କୁମାର ସାହୁ, ଡ଼ଃ.ରଂଜନ କୁମାର ସାହୁ, ଡ଼ଃ.ପ୍ରଶାନ୍ତ ମହାଲିକ୍‍ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ତାଲିମ୍‍ ପ୍ରଦାନ କରିଥିଲେ। ବିଶେଷ କରି ଏହି ପ୍ରଶିକ୍ଷଣ ଶିବିରରେ ଚାଷୀମାନେ ଯେଭଳି ଭାବେ ସେମାନଙ୍କର ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣିବା ସହିତ ରୋଜଗାର କ୍ଷମତା ବୃଦ୍ଧି କରିପାରିବେ ସେ ଉପରେ ତାଲିମ୍‍ ଦିଆଯାଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ଛାଗ ଚାଷୀମାନେ ଯୋଗ ଦେଇଥିଲେ। ଓଡିଶା ସମାଚାର

Leave a Reply

Your email address will not be published.