Wednesday , May 31 2023
Breaking News
Home / ତାଜା ଖବର / ଉମରକୋଟ୍ ରେ ୧୪୪ ଧାରା ଲାଗୁ , ୩୦ ଘଂଟା ପରେ ରାସ୍ତା ଅବରୋଧ ହଟିଲା

ଉମରକୋଟ୍ ରେ ୧୪୪ ଧାରା ଲାଗୁ , ୩୦ ଘଂଟା ପରେ ରାସ୍ତା ଅବରୋଧ ହଟିଲା

ଉମରକୋଟ ୧୦/୦୯/୨୦୨୨(ଓଡ଼ିଶା ସମାଚାର)- ଉମରକୋଟ ଗୋପବନ୍ଧୁ ଛକରେ ହୋଇଥିବା ରାସ୍ତା ଅବରୋଧ ୩୦ ଘଂଟା ପରେ ସ୍ୱଭାବିକ ହୋଇଛି । ଉମରକୋଟ୍ ଗୋପବନ୍ଧୁ ଛକରେ ୪୮ ଘଂଟା ପାଇଁ ରେ ୧୪୪ ଧାରା ଜାରି ହେବା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୀର୍ଘ ସମୟ ପାଇଁ ରାସ୍ତା ଅବରୋଧ ହେବା ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ପୋଲିସ ଓ ପ୍ରଶାସନ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା । ହେଲେ ପରିସ୍ଥିତି ଆୟତକୁ ଆସିପାରିନଥିଲା । ତେଣୁ ବାଧ୍ୟ ହୋଇ ପୋଲିସ କୁ ବଳ ପ୍ରୟୋଗ କରିବାକୁ ପଡ଼ିଛି । ଦୀର୍ଘ ୩୦ ଘଂଟାର ରାସ୍ତା ଅବରୋଧ ପରେ ଏବେ ସ୍ୱଭାବିକ ଅବସ୍ଥାକୁ ଫେରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.