Thursday , September 29 2022
Home / ରାଜନୀତି / ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

କଟକ, ୧୦/୦୯/୨୦୨୨(ଓଡ଼ିଶା ସମାଚାର/ ଦେବାଶିଷ ରଥ)-  କଟକ ସ୍ଥିତ ଟାଉନ ହଲଠାରେ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ଦିଲ୍ଲୀ ମଡେଲ ଆଣିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାରର ଆନ୍ଦୋଳନକୁ ମଜଭୁତ କରିବା ଏବଂ ଆଗାମୀ ଦିନରେ ଓଡ଼ିଶାରେ କିପରି ଆପ୍ ର ସରକାର ହେବ ସେହି ବିଷୟରେ ଆଲୋଚନା ହୋଇଥିଲା । ଏଥିରେ କଟକର ପ୍ରତ୍ୟେକ ବ୍ଲକରୁ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦେଇ ‘ମିସନ ଓଡ଼ିଶା’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶପଥ ନେଇଥିଲେ । ଏହି ସମ୍ମିଳନୀ ଜିଲ୍ଲା ଆବାହକ ଦୁର୍ଗା ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ପାଖାପାଖି ୧୪ଟି ବ୍ଲକ ଓ କଟକ ମହାନଗର ସଭାପତି ଏଥିରେ ଅଂଶଗ୍ରହଣ କରିଥିଲେ । ପର୍ଯ୍ୟବେକ୍ଷକ ଭାବରେ ରାଜ୍ୟ ସମ୍ପାଦକ ସୌମ୍ୟରଞ୍ଜନ ସ୍ୱାଇଁ ଓ ରାଜ୍ୟ ପ୍ରବକ୍ତା ଡ଼ା ଅଜୟ କୁମାର ପତି ଏହି ସମ୍ମିଳନୀରେ ଉପସ୍ଥିତ ରହିଥିଲେ ।

ଏହି ସମ୍ମିଳନୀକୁ ଜିଲ୍ଲା ସମ୍ପାଦକ ଅମିତ ମହାପାତ୍ର, ଜିଲ୍ଲା ଯୁବ ସଭାପତି ଆଶୁତୋଷ ପରିଡ଼ା, ନଗର ସଭାପତି ସନ୍ତୋଷ ବେହେରା, ନଗର ସମ୍ପାଦକ ସବ୍ୟସାଚୀ ମହାନ୍ତି, ମହିଳା ମୋର୍ଚ୍ଚା ସଭାପତି ଡ଼ଲି ଜେନା, ନଗର ଯୁବ ସମ୍ପାଦକ ଅଭିଷେକ ପାଲ ଓ ଫରିଦା ନଫିସ, ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ବୈଠକରେ କଟକ ଜିଲ୍ଲାର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ୨୦୨୪ ମସିହାର ନିର୍ବାଚନ ପାଇଁ ବ୍ଲକସ୍ତରୀୟ ସଂଗଠନକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ । ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.