Thursday , June 8 2023
Breaking News
Home / ବିଶେଷ / ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବ-ଅସୁବିଧା ପ୍ରସଂଗ

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବ-ଅସୁବିଧା ପ୍ରସଂଗ

ବର୍ତ୍ତମାନର ସ୍ଥିତି ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୦୯/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଦ୍ୟାଳୟରେ ନାନା ଅଭାବ-ଅସୁବିଧା ତଥା ଅବ୍ୟବସ୍ଥା ରହିଥିବା ପ୍ରସଂଗରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପଡେଟ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧ସୁଦ୍ଧା ଏହି ସତ୍ୟପାଠ ଦାଖଲ ହେବ। ସେହିପରି ନଭେମ୍ବର ୨୩ରେ ମାମଲାର ପରବର୍ତ୍ତୀ  ଶୁଣାଣି ପାଇଁ ଅଦାଲତ ଧାର୍ଯ୍ୟ କରଛନ୍ତି । ଯେହେତୁ ୨୦୧୬ରେ ଦାଖଲ ହୋଇଥିବା ସତ୍ୟପାଠ ଅନୁସାରେ ରାଜ୍ୟରେ ମୋଟ ୫୩୪୫୫ ପ୍ରାଥମିକ ବିଦ୍ୟାଦ୍ୟାଳୟ ମଧ୍ୟରୁ ୪୨ହଜାର୪୦୦ ବିଦ୍ୟାଦ୍ୟାଳୟର ନିଜସ୍ୱ ଖେଳ ପଡ଼ିଆ ନଥିବା ଜଣାପଡ଼ିଥିଲା। ସେହିପରି ୩୫୩୪ ବିଦ୍ୟାଦ୍ୟାଳୟରେ ଶୌଚାଳୟ ସୁବିଧା ନଥିବା, ୨୯୦ ବିଦ୍ୟାଳୟରେ ପିଇବା ପାଣି ସୁବିଧା ନଥିବା କଥା ସେହି ସମୟରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ୩୭୬ ବିଦ୍ୟାଳୟର ସ୍ଥାୟୀ କୋଠା ନଥିବା କୁହାଯାଇଥିବା ବେଳେ ଛାତ୍ର ଓ ଶିକ୍ଷକ ଅନୁପାତ ଅଧିକାଂଶ ଠିକ ନଥିବା ସତ୍ୟପାଠ ଦିଆଯାଇଥିଲା। ତେବେ ଇତିମଧ୍ୟରେ ୬ବର୍ଷ  ଅତିବାହିତ ହୋଇଥିବା କାରଣରୁ ହାଇକୋର୍ଟ ବର୍ତ୍ତମାନର ଅପଡେଟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.