Wednesday , May 31 2023
Breaking News
Home / ବିଶେଷ / ଯୁବକ ର ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକ ର ଝୁଲନ୍ତା ମୃତଦେହ ଉଦ୍ଧାର

ମାହାଙ୍ଗା, ୦୮/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ବ୍ଲକ୍ ମୂଳବସନ୍ତ ପଞ୍ଚାୟତ ଶିପୁରା ଗାଁ ରେ ଝୁଲନ୍ତା ମୃତ ଦେହ ବିଳମ୍ବରେ ଉଦ୍ଧାର କଲା ପୋଲିସ। ଆଜି ଶିପୁରା ଗ୍ରାମ ର ବାବନ ଦାସ ଙ୍କ ପୁତ୍ର କାର୍ତ୍ତିକ ଦାସ ଙ୍କୁ ଏକ ଗଛରେ ଝୁଲନ୍ତା ଅବସ୍ଥା ରେ ଲୋକେ ସକାଳେ ଦେଖିବାକୁ ପାଇଥିଲେ। ଏ ନେଇ ଥାନା ଅଧିକାରୀ ଙ୍କୁ ଅବଗତି ମଧ୍ୟ କରାଯାଇଥିଲା। ତେବେ ଅପରାଂହ ୧.୩୦ ରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଝୁଲନ୍ତା ଶବ ଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିବା ଜଣା ପଡ଼ିଛି। ସକାଳ ପ୍ରାୟ ୭ଟା ରୁ ଏହି ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳ ରେ ଚର୍ଚା ର ବିଷୟ ପାଲଟିଥିଲା ବେଳେ ଦିନ ଗୋଟାଏ ପର୍ୟ୍ୟନ୍ତ ଝୁଲନ୍ତା ଅବସ୍ଥାରେ ମୃତ ଦେହ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା ।ଓଡ଼ିଶା ସମାଚାର

Leave a Reply

Your email address will not be published.