Wednesday , May 31 2023
Breaking News
Home / ବିଶେଷ / ଯଦୁମଣି ସାହିତ୍ୟ କଳା ପରିଷଦ ପକ୍ଷରୁ ବରିଷ୍ଠ ଶିକ୍ଷକଙ୍କୁ ସମ୍ମାନ

ଯଦୁମଣି ସାହିତ୍ୟ କଳା ପରିଷଦ ପକ୍ଷରୁ ବରିଷ୍ଠ ଶିକ୍ଷକଙ୍କୁ ସମ୍ମାନ

କଟକ ସଦର, ୦୯/୦୯/୨୦୨୨(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜାର ଅଗ୍ରଣୀ’ ଯଦୁମଣି ସାହିତ୍ୟ କଳା ପରିଷଦ’ ପକ୍ଷରୁ ଗୁରୁଦିବସ ଅବସରରେ ୪ ଜଣ ଵର୍ଷିୟାନ ଆଦର୍ଶ ଶିକ୍ଷକଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଶିକ୍ଷକ ଶରତ କୁମାର ଦାସଙ୍କୁ ‘ ଶିକ୍ଷକ ସୈ।ରଭ’ ସମ୍ମାନ,ନନ୍ଦ କିଶୋର ଜେନାଙ୍କୁ ‘ଶିକ୍ଷକ ଗୈ।ରଵ’ ସମ୍ମାନ,ଗୋଲକମଣି ସ୍ୱାଇଁଙ୍କୁ ‘ ଶତୃଘ୍ନନାଥ ସ୍ମୃତି ‘ ସମ୍ମାନ ଓ ସୁଦାମ ଚରଣ ବେହେରାଙ୍କୁ’ ଶିକ୍ଷକ କଳାକାର ‘ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ପରିଷଦର ସଭାପତି ଶରତ କୁମାର ରାୟଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସଂପାଦକ ଶ୍ୟାମସୁନ୍ଦର ଦାସ, ଉପଦେଷ୍ଟା ଶ୍ୟାମସୁନ୍ଦର ପରିଡ଼ା, ଅଧ୍ୟାପକ ସ୍ୱାଧୀନ ଶେଖର ଷଡ଼ଙ୍ଗୀ,ଵୁଲେଇ ବେହେରା, କୃତିବାସ ଜେନା ପ୍ରମୁଖ ଯୋଗ ଦେଇ ଶିକ୍ଷକମାନଙ୍କୁ ମାନପତ୍ର, ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.