Wednesday , May 31 2023
Breaking News
Home / କୃଷି / ମେଗାଲିଫ୍ଟ କେନାଲ ଜଳଯୋଗାଣ ବିଭାଗର ଦାୟିତ୍ୱ ହିନତା ,ପାଣି ପାଇଁ ଅଭିଯୋଗ କଲେ ଚାଷୀ

ମେଗାଲିଫ୍ଟ କେନାଲ ଜଳଯୋଗାଣ ବିଭାଗର ଦାୟିତ୍ୱ ହିନତା ,ପାଣି ପାଇଁ ଅଭିଯୋଗ କଲେ ଚାଷୀ

ଜୁନାଗଡ଼,୦୯/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)- ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ଜଲଯୋଗାଣ ବିଭାଗର ଦାୟିତ୍ୱ ହିନତା ଯୋଗୁଁ ଆଜି ଚିନ୍ତା ରେ ଚାଷୀ । ଏପଟେ ଚାଷଜମୀ ସବୁ ଫାଟି ଆଁ କଲାଣି , ହେଲେ ଅଭିମାନ ରେ ବରଷା ରାଣୀ । ନାଁଆସୁଛି ଆବଶ୍ୟକ ମୁତାବକ ବରଷା , ନାଁ ଆସୁଛି ଭୁତଳ ମେଗାଲିପ୍ଟ ଜଳ । ଫଳରେ ଚିନ୍ତା ରେ ଚାଷୀ କୁଳ । ଏନେଇଁ ଗୁରୁବାର କୋକସରା ବ୍ଲକ ର ୩ ପଞ୍ଚାୟତ ଡହଗାଁ,ରେଙ୍ଗାଲପାଳୀ,କାଶିବାହାଳରଚାଷୀ ମାନେ କୁସୁମଖୁଣ୍ଟି ଉଠା ଜଳସେଚନ ବିଭାଗ କାର୍ୟ୍ୟାଳୟ ଠାରେ ଅଭିଯୋଗ ଆଣିବା ସହ ଧାରଣା ଦେଇଥିଲେ । ଚାଷୀ କିଶୋର ଚନ୍ଦ୍ର ନାଏକ, ଦେବେନ୍ଦ୍ର ଚଣ୍ଡି, ଚୈତନ୍ୟ ନାଏକ, ସନ୍ତୋଷ ଚଣ୍ଡି, ଏକାରାମ ଗହୀର, ଯୁଗେ ନାଗ, ଦେବେନ୍ଦ୍ର ଭଇସାଲ, ରାହାସ ନାଏକ, ଗୋବର୍ଦ୍ଧନ ମାଝୀ, ବୈଦ୍ୟନାଥ ରୋତି, ବଳ ଚଣ୍ଡି, ଭାଗୀ ଚଣ୍ଡି, ସୁଧାଂଶୁ ନାଏକ, ଅମର ମାଝୀ ଓ ଭିଙ୍ଗରାଜ ନାଗ, ବିପିନ ବିହାରୀ ନାଗ, ଚିତରୁ ନାଗ, ଜଗମୋହନ ଧଙ୍ଗଡ଼ାମାଝି, ଜିତେନ୍ଦ୍ର କେତକୀ ଉମାକାନ୍ତ ପୂଝାରୀ ପ୍ରମୁଖ ଚାଷୀ ଧାରଣା ଦେଇଥିଲେ । ପରେ ଉଠା ଜଳସେଚନ ବିଭାଗ ର ସହକାରୀ ଯନ୍ତ୍ରୀ ଅରୁଣ ପ୍ରଧାନ ପହଞ୍ଚି ଶୁକ୍ରବାର କ୍ଷେତ୍ର ପରିଦର୍ଶନ କରି ଅଚଳ ଥିବା ଭୂତଳ ପାଇପ ଲାଇନ ମରାମତି କରିବା ପାଇଁ ପ୍ରତିଶୃତି ଦେବାରୁ ଚାଷୀ ମାନେ ଧାରଣା ରୁ ଉଠିଥିଲେ।ଓଡ଼ିଶା ସମାଚାର

Leave a Reply

Your email address will not be published.