Saturday , June 10 2023
Breaking News
Home / ବିଶେଷ / ମା  ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ ପ୍ରସ୍ତୁତି ବୈଠକ

ମା  ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ ପ୍ରସ୍ତୁତି ବୈଠକ

ଜୁନାଗଡ଼,୦୯/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ ପାଳିତ ହେବ । ଜୁନାଗଡ଼ ଏନଏସିରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା  । ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଉପାଧ୍ୟକ୍ଷା ହିମାଦ୍ରୀ ନାଏକ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଉପାଧ୍ୟକ୍ଷା ପ୍ରମୋଦ ବେହେରା, ବିଡ଼ିଓ ତୁଲାରାମ ମାରାଣ୍ଡି, ତହସିଲଦାର ବେଦବ୍ୟାସ ଭୋଇ, ଥାନାଅଧିକାରୀ ଉତ୍ତମ ସାହୁ, ଇଓ ବିଶ୍ୱମ୍ବର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଲଙ୍କେଶ୍ୱରୀ ମନ୍ଦିର ପୂଝାରୀ ଅଶ୍ୱିନ ପଣ୍ଡା, ଜୁନାଗଡ଼ ସହରର  ବୁଦ୍ଧିଜୀବୀ, ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଏବର୍ଷ ଖଣ୍ଡା ବସା ଉତ୍ସବକୁ ବହୁତ ଧୂମଧାମରେ ପାଳନ କରିବା ପାଇଁ ଘୁମୁରା ପ୍ରତିଯୋଗିତା, ଫୁଟବଲ ମ୍ୟାଚ, ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ପ୍ରତିଯୋଗିତା ମନୋରଞ୍ଜନ କାର୍ୟ୍ୟକ୍ରମ କରିବା  ପାଇଁ ନିଷ୍ପତି ନିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.