Wednesday , May 31 2023
Breaking News
Home / ବିଶେଷ / ବ୍ଲକ୍ ସ୍ତରୀୟ ସ୍ୱତନ୍ତ୍ର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବ୍ଲକ୍ ସ୍ତରୀୟ ସ୍ୱତନ୍ତ୍ର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଗରଦପୁର, ୦୯/୦୯/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସ୍ତରୀୟ ସ୍ୱତନ୍ତ୍ର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କଳାବୁଦାସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶିବିରରେ ଗରଦପୁର ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ୍ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ସଂଜୟ କୁମାର ଅଗ୍ରୱାଲା, ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସ୍ଥାନୀୟ ସରପଂଚ ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ବିଭିନ୍ନ ବର୍ଗର ମୋଟ ୬୫୦ ଜଣ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ନାମ ପଂଜିକରଣ କରିଥିଲେ । କଲ୍ୟାଣ ମଣ୍ଡପ ପରିସରରେ ଚକ୍ଷୁ, ଶ୍ରବଣ, ଅସ୍ଥି ଶଲ୍ୟ, ମାନସିକ , ଶିଶୁ ରୋଗ , ଭେଷଜ ଆଦି ବିଭାଗର ବିଭିନ୍ନ ପଂଜିକରଣ ଷ୍ଟଲ ମାନ ଖୋଲିଥିଲା । ସେହିପରି ଶିବିରରେ ସର୍ଜରୀ ସ୍ପେସାଲିଷ୍ଟ ଡ଼ ବିରେନ୍ଦ୍ର କୁମାର ଦାଶ, ମେଡ଼ିସିନ୍ ସ୍ପେସାଲିଷ୍ଟ ଡ଼ ସଂଜିତ କୁମାର ସେଠୀ, ଶିଶୁ ରୋଗ ବିଶେଷଜ୍ଞ ଡ଼ ପ୍ରଶାନ୍ତ କୁମାର ଜେନା, ଇଏନଟି ସ୍ପେସାଲିଷ୍ଟ ଡ଼ ବିଜୟ କୁମାର ଦାସ , ଚକ୍ଷୁ ସ୍ପେସାଲିଷ୍ଟ ଡ଼ ଅଜୟ କୁମାର ସାହୁ , ସର୍ଜରୀ ସ୍ପେସାଲିଷ୍ଟ ଡ଼ ତନ୍ମୟ ଲେଙ୍କା , ଶ୍ରବଣ ପାଇଁ ପ୍ରଫେସନାଲ ଚନ୍ଦନ ବେହେରା , ଚକ୍ଷୁ ପାଇଁ ପ୍ରଫେସନାଲ ସତ୍ୟବ୍ରତ ଜେନା, ସିପି ବିଜୟ ଲକ୍ଷ୍ମୀ ନାଥଶର୍ମା ପ୍ରମୁଖ ଉପସ୍ଥିତ ରହି ଶିବିରରେ ଭିନ୍ନକ୍ଷମ ମାନଙ୍କର ପରୀକ୍ଷା ଓ କାଗଜାଦି ଯାଂଚ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗରଦପୁର ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.