Wednesday , May 31 2023
Breaking News
Home / ବିଶେଷ / ବିରାଟ ଅଜଗର ସାପ ଉଦ୍ଧାର

ବିରାଟ ଅଜଗର ସାପ ଉଦ୍ଧାର

 ସାଲେପୁର, ୦୯/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଚିତ୍ରୋତ୍ପଳା  ନଦୀର ଚାରିପୋଲିଆ ଛକ ନିକଟରୁ  ୧୦ ଫୁଟ ରୁ ଉର୍ଦ୍ଧ ଲମ୍ବର ଏକ ଅଜଗର ସାପକୁ ଉଦ୍ଧାର ମାଛ ଧରାଳି ଉଦ୍ଧାର କରିଛନ୍ତି । ମାଛଧରାଳିମାନେ ମାଛ ଧରିବାପାଇଁ ନଦୀରେ ଜାଲ ବସାଇଥିଲେ। ଜାଲରେ ସାପଟି ପଡି ଗୁଡାଇହୋଇ ରହିଯାଇଥିଲା। ଏହାକୁ ମାଛ ଧରାଳି ନଦୀରୁ ଜାଲ ସହିତ ଉପରକୁ ଉଠାଇଆଣି ଛୁରୀ ସାହାଯ୍ୟରେ ଜାଲକୁ କାଟି ଅଜଗର ସାପକୁ ବାହାର କରିଥିଲେ। ଏହା କୁ ଦେଖିବାପାଇଁ ଲୋକମାନଙ୍କ   ଭିଡ଼ ଜମିଥିଲା  ।  ମାଛ ଧରାଳିମାନେ ସାପ କୁ  ଉଦ୍ଧାରକରି ବନବିଭାଗକୁ  ଖବରଦେଇଥିବା ସୂଚନାମିଳିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.