Wednesday , May 31 2023
Breaking News
Home / କୃଷି / ବାରୋ ପ୍ରାଥମିକ କୃଷି ସମବାୟ ସମିତିର ଋଣି ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାନଯିବା ସମ୍ପର୍କରେ ଅଭିଯୋଗ

ବାରୋ ପ୍ରାଥମିକ କୃଷି ସମବାୟ ସମିତିର ଋଣି ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାନଯିବା ସମ୍ପର୍କରେ ଅଭିଯୋଗ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ ବିଗତ ୨୦୧୮ମସିହା ଖରିଫ ଋତୁରେ ସମିତିରୁ ଋଣ ନେଇ ବୀମା ବାବଦକୁ ଧାର୍ଯ୍ୟ ଅର୍ଥ ସମିତିରେ ପଇଠ କରିଥିଲେବି ପ୍ରଳ୍ୟଙ୍କରୀ ବନ୍ୟାରେ ଫସଲ ଧୋଇଯିବା ପରେବି ସଂପୃକ୍ତ ଚାଷୀମାନେ ବୀମା ରାଶି ପାଇନଥିବା ନେଇ କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୨୦୧୮ମସିହା ଖରିଫ ଋତୁରେ ଚାଷ କରିବାକୁ ବାରୋ ପ୍ରାଥମିକ କୃଷି ସମବାୟ ସମିତିରୁ ୧୩୯୮ଜଣ ଚାଷୀ ଋଣ ନେଇଥିଲେ । ସେହିବର୍ଷ ପ୍ରଳୟଙ୍କରୀ ବନ୍ୟା ଫଳରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଫସଲ କ୍ଷୟକ୍ଷତି ଜନିତ ଘଟଣାର ତଦନ୍ତ କରାଯିବା ପରେ ଚାଷୀଙ୍କର ୪୯ଭାଗ ଋଣ ଛାଡ କରାଯାଇଥିଲା । ବାରୋ ସମିତିରୁ ଋଣ ନେଇଥିବା ୧୩୯୮ଜଣ ଚାଷୀଙ୍କ ମଧ୍ୟରୁ ୯୬୯ଜଣ ଚାଷୀ ସେମାନଙ୍କ ଋଣ ଅର୍ଥର ୪୯ଭାଗ ବୀମାରାଶି ବାବଦକୁ ପାଇଥିଲେ । କିନ୍ତୁ ୪୨୯ଜଣ ଚାଷୀ ସେହି ବୀମାରାଶି ବାବଦ ଅର୍ଥ ପାଇବାରୁ ବିତ ହୋଇଥିଲେ । ଏସମ୍ପର୍କରେ କେନ୍ଦ୍ରାପଡା ଶାଖାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକ ରବୀନ୍ଦ୍ର ବିଶ୍ୱାଳ କହିଥିଲେ ଯେ ବୀମା ରାଶି ଆସିନାହିଁ । ଆସିଲେ ଚାଷୀଙ୍କ ଆକାଉକୁ ପଠାଇ ଦିଆଯିବ । କିନ୍ତୁ ଅଦ୍ୟାବଧି ସେହି ଚାଷୀମାନେ ସେମାନଙ୍କ ଧାର୍ଯ୍ୟ ପ୍ରାପ୍ୟ ବୀମାରାଶି ପାଇଲେ ନାହିଁ । ଏତଦବ୍ୟତିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଫାଇଲ ସଂଖ୍ୟା ୨୫୨୮ ତା ୧୦.୦୨.୨୦୨୧ରିଖ ଏବଂ ସେହି ବିଭାଗର ଅତିରିକ୍ତ ନିର୍ଦେଶକଙ୍କ ପତ୍ର ସଂଖ୍ୟା ୬୩୯୭ ତା ୨୯.୦୩.୨୦୧୬ରିଖର ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ସମବାୟ ସମିତିରେ ବା ଧାନମଣ୍ଡିରେ ଧାନ ବିକ୍ରୀ କରୁଥିବା ଚାଷୀମାନେ ସେମାନଙ୍କ ଅଖା ଫେରସ୍ତ ପାଇବେ କିମ୍ବା ଗୋଟିଏ ଅଖା ବଦଳରେ ୧୪ଟଙ୍କା ପାଇବେ । କିନ୍ତୁ ଏହି ସମିତିର ଚାଷୀମାନେ ସେମାନଙ୍କ ଅଖା ଫେରସ୍ତ ପାଇନଥିବା ବେଳେ ସେ ବାବଦ ଅର୍ଥ ମଧ୍ୟ ପାଇନଥିବା ଅଭିଯୋଗ ହୋଇଛି । ଏସମସ୍ତ ଅଭିଯୋଗର ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ବାରୋ ପଂଚାୟତର ପୂର୍ବତନ ସରପଂଚ ତଥା ଆର.ଏମ.ସି.ର ପ୍ରାକ୍ତନ ଉପାଧ୍ୟକ୍ଷ ଭାଗିରଥୀ ଜେନା, ଚାଷୀ ଦିଲ୍ଲିପ କୁମାର ଦାସ, ଜଗମୋହନ ମହାନ୍ତି, ସୁଧାଂଶୁ ମୋହନ ମହାନ୍ତି, ସାରଥି ସାମଲ, ପିତାମ୍ବର ପଣ୍ଡା, ସରୋଜ ସାମଲ, ରାମଚନ୍ଦ୍ର ନାୟକ, ରଞ୍ଜିତ ସାମଲ, ନମିତା ଜେନା, ସନ୍ତୋଷ ପ୍ରଧାନ, ଧନେଶ୍ୱର ସେଠୀ, ହରେକୃଷ୍ଣ ପ୍ରଧାନ ପ୍ରମୁଖ ଶତାଧିକ ଚାଷୀ କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ଓ କଟକସ୍ଥିତ ସମ୍ପାଦକ, ଡି.ଆର.ସି.ଏସ. କଟକ, ସମବାୟ ସଚିବ, ସମବାୟ ମନ୍ତ୍ରୀ, ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.