Sunday , May 28 2023
Breaking News
Home / ଶିକ୍ଷା / ବାଜିରାଉତ କଲେଜ ରେ ଗୁଣାତ୍ମକ ଓ ସଂସ୍କାରଧର୍ମୀ ଶିକ୍ଷା ଉପରେ ଆଲୋଚନା

ବାଜିରାଉତ କଲେଜ ରେ ଗୁଣାତ୍ମକ ଓ ସଂସ୍କାରଧର୍ମୀ ଶିକ୍ଷା ଉପରେ ଆଲୋଚନା

ଭୁବନ ୦୯/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ‘ ମୋ କଲେଜ ଅଭିଯାନ’ ତରଫରୁ ଗୁଣାତ୍ମକ ଓ ସଂସ୍କାରଧର୍ମୀ ଶିକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରା ଅଧ୍ୟକ୍ଷତା କରି କହିଥିଲେ ଯେ , ଚରିତ୍ର ଓ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନଥାଏ । ଶିକ୍ଷାନୁଷ୍ଠାନ ମାନଙ୍କରେ ନୈତିକ ଶିକ୍ଷା ବାଧ୍ୟତାମୂଳକ କରାଯିବା ଉଚିତ । ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଥିଲେ ଯେ , ଯୁବପୀଢି ଉତମ ଚରିତ୍ର ଗଠନ ସହ ସଂସ୍କାର ଓ ବ୍ୟକ୍ତିତ୍ୱକୁ ଗୁରୁତ୍ୱ ଦେଲେ ସଫଳତାର ଶୀର୍ଷରେ ପହଁଚିପାରିବେ । ‘ ମୋ କଲେଜ ଅଭିଯାନ’ ସଂଯେଜକ ଅଧ୍ୟାପକ ପ୍ରଭାତ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ହିମାଂଶୁ ଶେଖର ମିଶ୍ର , ଅଧ୍ୟାପିକା ସୌମ୍ୟାଶ୍ରୀ ବେହେରା , ଡ. ଶ୍ରାବଣୀ ଅଳ୍ପନା ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିଥିଲେ । ‘ ଅମୃତ ମହୋତ୍ସବ’ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୧୩ ଜଣ କୃତୀ ପ୍ରତିଯେଗୀ ଙ୍କୁ ପୁରସ୍କୃତ କରାଯଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.