ଜୁନାଗଡ଼,୦୯/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)- ପବିତ୍ର ନୁଆଖାଇ ଅବସର ରେ ଜୁନାଗଡ ଆର୍ ଏମ ସି ପ୍ରାଙ୍ଗଣ ରେ ବଙ୍କା ସାମାଜର ଜୁନାଗଡ ମଣ୍ଡଳ ନୂଆ ଖାଇ ଭେଟ ଘାଟ କାର୍ୟ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ଏନ୍ ଏ ସି ର ପୂର୍ବତନ କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ସାମାଜ ସେବି ଇଶ୍ଵର ପୁଝାରୀ ଯୋଗ ଦେଇ ଥିବା ବେଳେ କଳାହାଣ୍ଡି ଜିଲ୍ଲା ବଙ୍କା ସାମାଜ ଜିଲ୍ଲା ସଭାପତି ବିମ୍ବାଧର ପ୍ରଧାନୀ, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ମହାଳିକ, ଜୁନାଗଡ ଅଞ୍ଚଳ ସଭାପତି ଭୂପେନ୍ଦ୍ର ଦଣ୍ଡସେନା, ଉପ ସଭାପତି ପର୍ଶୁ ରାମ ଲେଞ୍ଜିଆ, କୋଷାଧ୍ୟକ୍ଷ ପରିମଳ ଚଲାନ୍ ପ୍ରମୂଖ ମଞ୍ଚାସୀନ ଥିଲେ । ଏଥିରେ ନୂଆ ଖାଇ ପର୍ବ ରେ କିପରି ନିଜର ରାଗ ରୋଷ ଦୂର କରି ସମସ୍ତେ ଭାଇ ଚାରା ସହିତ ମିଳି ମିଶି ସାମାଜ ର ଉନ୍ନତି ପାଇଁ ପାଇଁ ଆଲୋଚନା ହୋଇଥିଲା । ଏହି ଭେଟ ଘାଟ କାର୍ୟ୍ୟ କ୍ରମ ରେ ବିଭିନ୍ନ ସାସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ୟ୍ୟକ୍ରମ କୁ ଚନ୍ଦ୍ର ଧ୍ଵଜ ଗୁରୁ ଏବଂ ଅଇରି ଦଣ୍ଡ ସେନା ପରିଚାଳନା କରିଥିବା ବେଳେ ବଙ୍କା ସାମାଜ ର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହାକୁ ବଙ୍କା ସମାଜ ର ନାରୀ ନେତ୍ରୀ ମନୋ ରମା ମହାଳିକ, ଲକ୍ଷ୍ମଣ ଚଲାନ୍, ଅଶ୍ଵତ୍ଥାମା ଦଣ୍ଡ ସେନା, ଜୟ ରାମ ଚାଲାଣ ପ୍ରମୂଖ କାର୍ୟ୍ୟ କ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର