Wednesday , May 31 2023
Breaking News
Home / ବିଶେଷ / ପୋଷା କୁକୁର କୁ ଗୁଳି କରି ହତ୍ୟା, ଅଭିଯୋଗ ପରେ ପୋଲିସ୍ ପକ୍ଷରୁ ତନାଘନା

ପୋଷା କୁକୁର କୁ ଗୁଳି କରି ହତ୍ୟା, ଅଭିଯୋଗ ପରେ ପୋଲିସ୍ ପକ୍ଷରୁ ତନାଘନା

କଟକ ସଦର ୦୯/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜୀଵେ ଦୟା ସର୍ବତ୍ର ପ୍ରଚାର ପ୍ରସାର ଜାରି ରହିଥିବା ବେଳେ ଜଣେ ସଚେତନଶୀଳ ସରକାରୀ କର୍ମଚାରୀ ଅନ୍ୟ ଜଣଙ୍କ ପୋଷା କୁକୁରକୁ ଗୁଳି କରି ହତ୍ୟା କରିଥିବା ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ କିଶନନଗର ଥାନା ଅନ୍ତର୍ଗତ ଵାରଦା ପଞ୍ଚାୟତ ଚାଞ୍ଚପଡା ଗ୍ରାମର ସଂଜୟ ଜେନାଙ୍କ ପୋଷା କୁକୁରକୁ ପଡୋସୀ ସୁକାନ୍ତ ଜେନା ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ୍ ଗ୍ରାମରେ ପହଞ୍ଚି ବେଆଇନ ଵନ୍ଧୁକ ଉଦ୍ଧାର କରିଵାକୁ ତନାଘନା ଖାନତଲାସୀ ଚଳାଇଥିବା ବେଳେ ଆଜି (ଶୁକ୍ରବାର) ରାତି ୮ ଟା ସୁଦ୍ଧା ଠାଵ କରିଵାରେ ସକ୍ଷମ ହୋଇନଥିବା ଜଣାପଡିଛି। କୁକୁର ଗୁଳିରେ ମରିଛି କି ଅନ୍ୟ କିପରି ମରିଛି ସେଥିପାଇଁ ତାର ପୋଷ୍ଟମର୍ଟମ କରାଯିଵାକୁ ଉଦ୍ୟମ ଚଳାଇଛି। ସୂଚନାଯୋଗ୍ୟ ଯେ ଦୁଇ ପଡୋଶୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡ଼ି ଵିଵାଦ ଲାଗି ରହିଥିବା କାରଣରୁ ଏହି ଘଟଣା ଘଟିଥାଇ ପାରେ ଵୋଲି ଶୁଣାଯାଉଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.